www.samajalive.in
Saturday, December 6, 2025
19.1 C
Bhubaneswar

ବିପଦମୁକ୍ତ ହେବ ଦ୍ଵାରଶୁଣି ଘାଟି

ବାଙ୍ଗିରିପୋଷି : ବଦଳିବ ମରଣଯନ୍ତା ପାଲଟିଥିବା ରାସ୍ତାର ନକ୍ସା। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ବିପଦ ମୁକ୍ତ ହେବ। ବିପର୍ଯ୍ୟସ୍ତ ହୋଇ ପଡିଥିବା ଘାଟି ରାସ୍ତା ୨ ଲେନରୁ ୪ ଲେନ ରାସ୍ତା ହେବ ଏବଂ ଏଥିପାଇଁ ୨୬୪ କୋଟି ଟଙ୍କା ଖର୍ଚ୍ଚ ହେବ।  ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ ଏହି ସୂଚନା ଦେଇଛନ୍ତି ।  ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର,ଲୋକସଭା ସାଂସଦ ନବଚରଣ ମାଝୀ, ସାରସକଣା ବିଧାୟକ ଭାଦବ ହାଁସଦା, ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସୁଗଦା ମୁର୍ମୁ ଙ୍କ ସହ ଏନଏଚଏଆଇ ଆଞ୍ଚଳିକ ଅଧିକାରୀ ଭିରେନ୍ଦ୍ର ସିଂ(ଦିଲ୍ଲୀ), ଏନଏଚଏଆଇ ପିଡି ଜେପି ଦାସବର୍ମା ପ୍ରମୁଖ ଏହି ଘାଟି ରାସ୍ତା ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରେ ବାଙ୍ଗିରିପୋଷି ସ୍ଥିତ ଖଇରୀ ରିସୋର୍ଟଠାରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିପର୍ଯ୍ୟସ୍ତ ହୋଇ ପଡିଥିବା ରାସ୍ତାର କିପରି ତୁରନ୍ତ ମରାମତି କରାଯିବ ସେଥିନେଇ ଆଲୋଚନା କରଯାଇଥିଲା।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories