www.samajalive.in
Friday, December 12, 2025
14.1 C
Bhubaneswar

ବିଶ୍ୱ ଦୌଡ଼କୁଦ ଚମ୍ପିଆନ୍‌ସିପ୍: ହିଟ୍‌ସରୁ ଦୂତିଙ୍କ ବିଦାୟ

ଭୁବନେଶ୍ବର: କାତାରର ଦୋହାରେ ଚାଲିଥିବା ବିଶ୍ୱ ଦୌଡ଼କୁଦ ଚମ୍ପିଆନସିପ୍‌ର ୧୭ତମ ସଂସ୍କରଣରେ ଓଡ଼ିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କ ଅଭିଯାନ ସମାପ୍ତ ହୋଇଯାଇଛି। ଯାଜପୁର ଏକ୍ସପ୍ରେସ୍ ଦୂତି ଚାନ୍ଦ ଶନିବାର ଟ୍ରାକ୍‌କୁ ଓହ୍ଲାଇଥିଲେ। ମହିଳା ୧୦୦ ମିଟର ଦୌଡ଼ରେ ଦୂତି ହିଟ୍‌ସରୁ ବିଦାୟ ନେଇଛନ୍ତି। ଫଳରେ ୨୦୨୦ ଟୋକିଓ ଅଲିମ୍ପିକ୍‌ସ ଲାଗି ଯୋଗ୍ୟତା ହାସଲ କରିବାକୁ ଯେଉଁ ଲକ୍ଷ୍ୟ ଦୂତି ରଖିଥିଲେ; ସେଥିରେ ଯବନିକା ପଡ଼ିଯାଇଛି।

ଶନିବାର ମହିଳା ୧୦୦ ମିଟର ଦୌଡ଼ରେ ହିଟ୍‌ସ ଅନୁଷ୍ଠିତ ହୋଇଥିଲା। ହିଟ୍‌ସ-୩ରେ ଦୌଡ଼ି ଦୂତି ୮ ଧାବିକାଙ୍କ ମଧ୍ୟରେ ୭ମ ସ୍ଥାନରେ ରହିଥିଲେ। ସବୁଠାରୁ ନୈରାଶ୍ୟଜନକ ଥିଲା ଦୂତିଙ୍କ ଟାଇମିଂ ୧୧.୪୮ ସେକେଣ୍ଡ। ପ୍ରତି ହିଟ୍‌ସରୁ ୩ ଜଣ ଲେଖାଏଁ ଧାବିକା ସେମିଫାଇନାଲରେ ପହଞ୍ଚିଥିଲେ। ସେମାନେ ହେଲେ ଜାମାଇକାର ଇଲାଇନ୍‌ ଥମ୍ପସନ, ତ୍ରିନିଦାଦ୍‌ ଏଣ୍ଡ୍ ଟବାଗୋର କେଲି ଆନ୍‌ ବାପ୍ଟିଷ୍ଟ ଓ ଆମେରିକାର ମୋରୋଲାକେ ଆକିନୋସନ୍। ଦୂତି ୧୦୦ ମିଟର ଦୌଡ଼ ଲାଗି ସିଧାସଳଖ ଯୋଗ୍ୟତା ହାସଲ କରି ନଥିବାବେଳେ ଆଇଏଏଫ୍‌ ମାନ୍ୟତା ଆଧାରରେ ବିଶ୍ୱ ଦୌଡ଼କୁଦ ଚମ୍ପିଆନସିପ୍‌ରେ ଭାଗ ନେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories