www.samajalive.in
Monday, December 8, 2025
24.1 C
Bhubaneswar

ଚାମୁଣ୍ଡିଙ୍କ ଠାରୁ କାର୍‍ ଉପହାର ପାଇଲେ ଦୂତି

କଟକ : ଗତ ଏସୀୟ କ୍ରୀଡ଼ାରେ ତାଙ୍କ କୃତିତ୍ୱ ପାଇଁ ଓଡ଼ିଶାର ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ଏକ ଦାମ କାର୍‍ ଉପହାର ଦେଇଛନ୍ତି ବ୍ୟାଡ୍‍ମିଣ୍ଟନ ଆସୋସିଏସନ୍‍ ଅଫ୍‍ ତେଲେଙ୍ଗାନାର ଉପସଭାପତି ଭି. ଚମୁଣ୍ଡେଶ୍ୱରନାଥ। ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ଦୂତି ଚାନ୍ଦ ରୌପ୍ୟପଦକ ଜିତିଥିଲେ। ଏହି କୃତିତ୍ୱ ହାସଲ କରିବାରେ ଦୂତି ହେଉଛନ୍ତି ପ୍ରଥମ ଭାରତୀୟ ସ୍ପ୍ରିଣ୍ଟର। ଦୂତିଙ୍କର ଏପରି କୃତିତ୍ୱ ପରେ ତାଙ୍କୁ ଏକ କାର୍‍ ଉପହାର ଦେବା ପାଇଁ ଚାମୁଣ୍ଡି ନାମରେ ପ୍ରସିଦ୍ଧ ଭି. ଚାମୁଣ୍ଡେଶ୍ୱରନାଥ ପ୍ରତିଶ୍ରୁତି ଦେଇଥିଲେ। ଶନିବାର ଚାମୁଣ୍ଡି ତାଙ୍କ ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ କପିଳ ଦେବ, ଭାରତୀୟ ବ୍ୟାଡ୍‍ମିଣ୍ଟନ ଦଳର ମୁଖ୍ୟ ପ୍ରଶିକ୍ଷକ ପି. ଗୋପୀଚାନ୍ଦ ଓ ଦୂତି ଚାନ୍ଦଙ୍କ ବ୍ୟକ୍ତିଗତ ପ୍ରଶିକ୍ଷକ ନାଗପୁରୀ ରମେଶଙ୍କ ଉପସ୍ଥିତିରେ ଦୂତିଙ୍କୁ ଚାମୁଣ୍ଡେଶ୍ୱରନାଥ ଏକ ଲାଲ ରଙ୍ଗର ଫୋର୍ଡ କାର୍‍ର ଚାବି ହସ୍ତାନ୍ତର କରିଥିଲେ। ବର୍ତ୍ତମାନ ପୁଲୈଲା ଗୋପୀଚାନ୍ଦ ବ୍ୟାଡ୍‍ମିଣ୍ଟନ ଏକାଡେମୀରେ ଦୂତି ରହିବା ସହ ରମେଶଙ୍କ ତତ୍ତ୍ୱାବଧାନରେ ହାଇଦରାବାଦର ଗାଚିବୋୱଲି ଆଥ୍‍ଲେଟିକ୍‍ସ ଷ୍ଟାଡିୟମ୍‍ରେ ଅଭ୍ୟାସ କରୁଛନ୍ତି। ସୂଚନାଯୋଗ୍ୟ; ପୂର୍ବରୁ ଭି. ଚାମୁଣ୍ଡେଶ୍ୱରନାଥ ଭାରତୀୟ କ୍ରୀଡ଼ାର ନାମୀ ବ୍ୟକ୍ତିତ୍ୱ ସାଇନା ନେହୱାଲ, ପି.ଭି. ସିନ୍ଧୁ, ପାରୁପଲ୍ଲି କଶ୍ୟପ ଓ ଏନ୍‍. ସିକ୍କି ରେଡ୍‍ଡୀଙ୍କୁ ଆନ୍ତର୍ଜାତିକ ସ୍ତରରେ ସଫଳତା ପାଇଁ କାର୍‍ ଉପହାର ଦେଇ ସାରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories