୯୦% କ୍ଷୀର ଅପମିଶ୍ରିତ ନୁହେଁ : ଏଫଏସଏସଆଇ ରିପୋର୍ଟ

0

ନୂଆଦିଲ୍ଲୀ : ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ(ଏଫଏସଏସଆଇ) ରିପୋର୍ଟ ଅନୁସାରେ ଦେଶରେ ୯୦% ଦୁଗ୍ଧ ପିଇବା ଯୋଗ୍ୟ। ବଳକା ୧୦% ଦୁଗ୍ଧରେ ଅକସି-ଟେଟ୍ରାସାଇକ୍ଲିନ ମାତ୍ରା ମିଳିଛି। ୩% ଦୁଗ୍ଧରେ ଆମୋନିୟମ ସଲଫେଟ୍‍ର ମାତ୍ରା ରହିଛି। ଏଫଏସଏସଆଇ ସିଇଓ ପବନ ଅଗ୍ରୱାଲଙ୍କ କହିବା ଅନୁସାରେ ଗତ ମେ’ ରୁ ଅକ୍ଟୋବର ମାସ ମଧ୍ୟରେ ୨୯ଟି ରାଜ୍ୟ ଏବଂ ୭ଟି କେନ୍ଦ୍ରଶାସିତ ଅଞ୍ଚଳରୁ ୬,୪୩୨ ନମୁନା ସଂଗ୍ରହ କରାଯାଇ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହା ପୂର୍ବରୁ ୨୦୧୧ ଏବଂ ୨୦୧୬ ରେ ଏହି ସର୍ଭେ କରାଯାଇଥିଲା। କେଉଁ ରାଜ୍ୟରେ ସବୁଠାରୁ ଅଧିକ ଅପମିଶ୍ରଣ କରାଯାଉଛି ସେ ନେଇ ଏଫଏସଏସଆଇ ସ୍ପଷ୍ଟିକରଣ ଦେଇନାହିଁ।

Leave A Reply