www.samajalive.in
Monday, December 15, 2025
26.1 C
Bhubaneswar

ଫୁଟପାତ୍‌ରେ ବସି ପାରିବେ ନାହିଁ ଉଠାଦୋକାନୀ – ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବାଲିଯାତ୍ରା ସମୟରେ ଫୁଟପାତ୍‌ରେ ବସି ପାରିବେ ନାହିଁ ଉଠାଦୋକାନୀ । ଏନେଇ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ନିର୍ଦ୍ଦେଶ କ୍ରମେ ବାଲିଯାତ୍ରା ସମୟରେ ଫୁଟପାତ୍‌ରେ କୌଣସି ଉଠାଦୋକାନୀ ବ୍ୟବସାୟ କରିବା ନେଇ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ନିଷେଧାଦେଶ ଜାରି କରିଛନ୍ତି । ଜୋବ୍ରାଠାରୁ ଚହଟା, ଉପର ଏବଂ ତଳ ବାଲିଯାତ୍ରା ପଡିଆ ଏବଂ ଏହାର ଆଖପାଖ ରାସ୍ତାରେ ଏହି ଉଠା ଦୋକାନୀମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ନିଷେଧ କରାଯିବା ସହ ସେମାନଙ୍କ ଜୀବନ ଜୀବିକା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ତଳ ବାଲିଯାତ୍ରା ପଡିଆରେ ସେମାନଙ୍କ ବ୍ୟବସାୟ ନିମନ୍ତେ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରାଯାଇଛି । ଏହି ନିର୍ଦ୍ଦେଶ ଜାରି ହେବା ଦିନଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଉଠା ଦୋକାନୀମାନେ ଆବଶ୍ୟକ ମୂଲ୍ୟ ଦେଇ ନିର୍ଦ୍ଧାରିତ ସ୍ଥାନରେ ବ୍ୟବସାୟ କରିପାରିବେ । ଏହି ନିୟମର ଖିଲାପ କଲେ ସମ୍ପୃକ୍ତ ବ୍ୟକ୍ତି ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ । ତଳ ବାଲିଯାତ୍ରା ପଡିଆରେ ଉଠା ଦୋକାନୀମାନଙ୍କୁ ସ୍ଥାନ ଦେବା ପାଇଁ ଉପଜିଲ୍ଲାପାଳ କଟକ ସଦରଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। ଏଥିସହ ଗାଡି ଚଳାଚଳ ଏବଂ ଚଲାପଥକୁ ଅବରୋଧମୁକ୍ତ କରିବା ପାଇଁ ଆରଆଇ, ସହକାରୀ ଆରଆଇ ଏବଂ ଅମିନମାନଙ୍କୁ ନେଇ ଦୁଇଟି କମିଟି ଗଠନ କରାଯାଇଛି। କମିଟି ପୁଲିସ୍‌
ଓ କଟକ ମହାନଗର ନିଗମ କର୍ମଚାରୀମାନଙ୍କ ସହାୟତାରେ ଫୁଟପାତ୍‌ରେ ଓ ରାସ୍ତାକଡରେ ବସୁଥିବା ଉଠାଦୋକାନୀମାନଙ୍କୁ ଦିନରେ ଓ ରାତିରେ ଉଠାଇ ରାସ୍ତାକୁ ଅବରୋଧ ମୁକ୍ତ କରିବ ।

ନଭେମ୍ବର ୧୬ରେ ରାଜଯୋଗ; ଜାଣନ୍ତୁ କେଉଁ ୪ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ଚମକିବ ଭାଗ୍ୟ..

ଜାଣନ୍ତୁ ଟପ୍‌ ୧୦ ତାଲିକା; ଦୁନିଆରେ ସବୁଠାରୁ ଅଧିକ ବିକ୍ରି ହୋଇଛି ଏହି ସ୍ମାର୍ଟଫୋନ୍‌..

- Advertisement -

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories