www.samajalive.in
Sunday, December 7, 2025
26.1 C
Bhubaneswar

ପୂର୍ବ ଏସିଆ ଶିଖର ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରୟୋଦଶ ‘ଆସିଆନ-ଭାରତ’ ଏବଂ ପୂର୍ବ ଏସିଆ ଶିଖର ବୈଠକରେ ଯୋଗ ଦେବାକୁ ମଙ୍ଗଳବାର ସିଙ୍ଗାପୁର ଅଭିମୁଖେ ଯାତ୍ରା କରିଛନ୍ତି। ଏହା ପଞ୍ଚମ ପୂର୍ବ ଏସିଆ ଶିଖର ବୈଠକ ହେଉଥିବା ବେଳେ ସିଙ୍ଗାପୁରକୁ ଶ୍ରୀ ମୋଦୀଙ୍କର ଏହା ହେଉଛି ଦ୍ୱିତୀୟ ଗସ୍ତ। ତାଙ୍କର ଦୁଇଦିନିଆ ଗସ୍ତ ସମୟରେ ସେ ଦ୍ୱିତୀୟ କ୍ଷେତ୍ରୀୟ ବ୍ୟାପକ ଅର୍ଥନୈତିକ ସହଯୋଗ ବୈଠକରେ ଅଂଶଗ୍ରହଣ କରିବେ। ସେହି ବୈଠକରେ ନେତୃବୃନ୍ଦ ବୁଝାମଣାରେ ଘଟିଥିବା ଅଗ୍ରଗତିର ମଧ୍ୟ ସମୀକ୍ଷା କରିବେ। ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ। ସିଙ୍ଗାପୁର ଫିନଟେକ୍ ଫେଷ୍ଟିଭାଲ୍‍ରେ ଉଦ୍‍ବୋଧନ ଦେବାରେ ଶ୍ରୀ ମୋଦୀ ପ୍ରଥମ ରାଷ୍ଟ୍ର ମୁଖ୍ୟ ହେବେ। ଆର୍ଥିକ ଜ୍ଞାନକୌଶଳ ଉପରେ ଏହା ହେଉଛି ସର୍ବବୃହତ କାର୍ଯ୍ୟକ୍ରମ।

ନୂଆଦିଲ୍ଲୀରେ ଗଣମାଧ୍ୟମ ସହ ଆଲୋଚନା ବେଳେ ବୈଦେଶିକ ବିଭାଗ ସଚିବ ବିଜୟ ଠାକୁର ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ପୂର୍ବ ଏସୀୟ ଦେଶଗୁଡ଼ିକ ସହ ଭାରତର ସମ୍ପର୍କରେ ଉନ୍ନତି ଆଣିବ। ଶ୍ରୀ ମୋଦି ଆମେରିକା ଉପରାଷ୍ଟ୍ରପତି ମାଇକ୍‍ ପେନ୍ସଙ୍କ ସମେତ ଅନେକ ବିଶ୍ୱସ୍ତରୀୟ ନେତାଙ୍କ ସହ ଦ୍ୱିପକ୍ଷିୟ ବୈଠକରେ ଯୋଗ ଦେବେ।
ତେବେ ସିଙ୍ଗାପୁର ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ  ମୋଦୀ ତାଙ୍କ ବିବୃତ୍ତିରେ କହିଛନ୍ତି। ’ଆସିଆନ-ଭାରତ ଏବଂ ପୂର୍ବ ଏସିଆ’ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ମୁଁ ୧୪-୧୫ ନଭେମ୍ବରରେ ସିଙ୍ଗାପୁର ଗସ୍ତ କରିବି । ଏହାବ୍ୟତୀତ ମୁଁ କ୍ଷେତ୍ରୀୟ ବିସ୍ତୃତ ଅର୍ଥନୈତିକ ଭାଗୀଦାରୀ ନେତୃମଣ୍ଡଳୀ ବୈଠକରେ ଯୋଗଦେବି ।
ଏହିସବୁ ବୈଠକରେ ମୋର ଅଂଶଗ୍ରହଣ ଆସିଆନ ସଦସ୍ୟ ରାଷ୍ଟ୍ର ଏବଂ ବ୍ୟାପକ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ସହ ଆମର ସମ୍ପର୍କକୁ ସୁଦୃଢ଼ କରିବାର ନିରନ୍ତର ପ୍ରତିବଦ୍ଧତାର ପ୍ରମାଣ ।  ଆସିଆନ ଏବଂ ପୂର୍ବ ଏସିଆ ଶିଖର ସମ୍ମିଳନୀର ନେତୃମଣ୍ଡଳୀ ସହ ମୋର ଆଲୋଚନା ଲାଗି ମୁଁ ଆଗ୍ରହର ସହ ଅପେକ୍ଷା କରିଛି ।
୧୪ ନଭେମ୍ବରରେ ସିଙ୍ଗାପୁରର ଫିନଟେକ ଫେଷ୍ଟିଭାଲରେ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିବାର ପ୍ରଥମ ରାଷ୍ଟ୍ରମୁଖ୍ୟ ହେବାର ସୌଭାଗ୍ୟ ମୁଁ ପାଇବି । ବିଶ୍ୱର ସର୍ବବୃହତ ଆର୍ଥିକ ପ୍ରଯୁକ୍ତି କାର୍ୟ୍ୟକ୍ରମ ଭାବେ ଏହି ଫେଷ୍ଟିଭାଲରେ କେବଳ ଏହି ଦୃତ ଅଭିବୃଦ୍ଧିଶୀଳ କ୍ଷେତ୍ରରେ ଭାରତର ସାମର୍ଥ୍ୟ ପ୍ରଦର୍ଶନ କରିବାର ସୁଯୋଗ ମିଳିବ ନାହିଁ, ବରଂ ଉଦ୍ଭାବନ ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଦିଗରେ ବିଶ୍ୱସ୍ତରୀୟ ଭାଗୀଦାରୀ ଲାଗି ମାର୍ଗ ପ୍ରଶସ୍ତ ହେବ ।
ମୋର ଗସ୍ତ କାଳରେ, ଭାରତ-ସିଙ୍ଗାପୁର ମିଳିତ ହାକାଥନର ଅଂଶଗ୍ରହଣକାରୀ ଏବଂ ବିଜେତାମାନଙ୍କ ସହ ମତ ବିନିମୟ କରିବାର ସୁଯୋଗ ମୁଁ ପାଇବି । ମୋର ଦୃଢ଼ ବିଶ୍ୱାସ ଯେ ଯଦି ଆମେ ଉଚିତ ପ୍ରୋତ୍ସାହନ ଏବଂ ଅନୁକୂଳ ପରିବେଶ ଯୋଗାଇ ଦେବା ତା’ହେଲେ ଆମର ଯୁବକମାନେ ଆଜିର ମାନବ ଜାତି ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ସମାଧାନ ଯୋଗାଇ ଦେବା ଦିଗରେ ବିଶ୍ୱସ୍ତରରେ ନେତୃତ୍ୱ ନେଇପାରିବେ ।
ମୋର ଦୃଢ଼ ବିଶ୍ୱାସ ଯେ ସିଙ୍ଗାପୁର ଗସ୍ତ ଦ୍ୱାରା ଆସିଆନ ଏବଂ ପୂର୍ବ ଏସିଆ ଶିଖର ସମ୍ମିଳନୀର ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହିତ ଆମର ପରିବର୍ଦ୍ଧିତ ସହଭାଗୀତାକୁ ନୂଆ ଉତ୍ସାହ ପ୍ରଦାନ କରିବ ।
ମୁଁ ସିଙ୍ଗାପୁର ଅଭିମୁଖେ ଗସ୍ତ କରିବା ଅବସରରେ ଚଳିତ ବର୍ଷ ଆସିଆନର ଅଧ୍ୟକ୍ଷତା ଲାଗି ମୁଁ ସିଙ୍ଗାପୁରକୁ ହୃଦୟର ସହ ଅଭିନନ୍ଦନ ଜଣାଉଛି ଏବଂ ଆସିଆନ ଓ ତତସଂକ୍ରାନ୍ତ ଶିଖର ସମ୍ମିଳନୀର ସଫଳ ଆୟୋଜନ ଲାଗି ମୋର ଶୁଭେଚ୍ଛା ଜ୍ଞାପନ କରୁଛି ।”

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories