www.samajalive.in
Sunday, December 14, 2025
19.1 C
Bhubaneswar

ପଶ୍ଚିମବଙ୍ଗରେ ପୂଜା ରାଜନୀତି: ୨୨ରେ ଦୁର୍ଗା ମଣ୍ଡପ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପ୍ରସ୍ତୁତି  ସହିତ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି । ତୃଣମୂଳ କଂଗ୍ରେସକୁ ମୁକାବିଲା କରିବା ପାଇଁ ବିଜେପି ପୁରା ଶକ୍ତି ଓ ସାମର୍ଥ୍ୟ ସହିତ ପ୍ରସ୍ତୁତ ହେଉଛି । ଗତବର୍ଷ ବିବାଦ ମଧ୍ୟ​‌ରେ ବିଜେପି ସଭାପତି ଅମିତ ଶାହା କୋଲକାତାର ସଲ୍ଟ ଲେକରେ ଏକ ପୂଜା ମଣ୍ଡପ ଉଦ୍ଘାଟନ କରିଥିଲେ । ପଶ୍ଚିମବଙ୍ଗ ନିର୍ବାଚନ ଆଉ ଅଳ୍ପ କିଛି ମାସ ବାକିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ ତାରିଖରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏକ ଦୁର୍ଗା ମଣ୍ଡପ ଉଦ୍ଘାଟନ କରିବେ ବୋଲି ସୂଚନା ମିଳିଛି । ଏହାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇ ଉଠିଛି ।

ତୃଣମୂଳ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏ କ୍ଷେତ୍ରରେ ପଛରେ ନାହାନ୍ତି । ବୁଧବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ସେ ୧୦ଟି ପୂଜା ମଣ୍ଡପ ଉଦ୍ଘାଟନ କରିଛନ୍ତି । ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ । ଇତିମଧ୍ୟରେ ଦୁର୍ଗାପୂଜାକୁ ନେଇ ମମତା ପୂର୍ବରୁ ପ୍ରଦର୍ଶନ କରିଥିବା କଠୋର ମନୋଭାବ କୋହଳ କରିଛନ୍ତି ଓ ପୂଜା ନିମନ୍ତେ କଟକଣା ହ୍ରାସ କରିଛନ୍ତି ।

- Advertisement -

ଏହାର ଜବାବରେ ବିଜେପି ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଜେପି ମହିଳା ମୋର୍ଚା ପକ୍ଷରୁ ଦୁର୍ଗାପୂଜା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭରଚ୍ୟୁଆଲ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯୋଜନା ପ୍ରସ୍ତୁତ ହୋଇଛି । ପ୍ରଧାନମନ୍ତ୍ରୀ ଯେଉଁ  ପୂଜା ମଣ୍ଡପକୁ ଉଦଘାଟନ କରିବେ ତାହାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଉଛି ଏବଂ ଏଥିରେ ମାତା ଦୁର୍ଗାଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନ ସମୟରେ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଚଣ୍ଡୀପାଠ କରିବେବୋଲି କୁହାଯାଇଥିଲା । ମାତ୍ର ଏବେ ସେଥିରେ ପରିବର୍ତନ କରାଯାଇଛି ଏବଂ ଜଣେ ସ୍ଥାନୀୟ ପୁରୋହିତଙ୍କ ଉପରେ ଏହି ଦାୟିତ୍ଵ ନ୍ୟସ୍ତ କରାଯାଇଥିବା ସୂଚନା ମିଳିଛି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories