www.samajalive.in
Friday, December 12, 2025
14.1 C
Bhubaneswar

ଗିରଫ ହେଲେ ନକଲି କ୍ଷୀର କମ୍ପାନୀ ‘ରୋହିଣୀ’ ମାଲିକ

ସମାଜ ଡିଜିଟାଲ ଡେସ୍କ: କ୍ଷୀର ନାଁରେ ଲୋକଙ୍କୁ ବିଷାକ୍ତ ପଦାର୍ଥ ବିକ୍ରି କରିବା ଅଭିଯୋଗରେ କଟକରୁ ଠାବ ହୋଇଥିବା ନକଲି କ୍ଷୀର କମ୍ପାନୀର ମାଲିକ ପ୍ରଦୀପ୍ତ ପରିଡ଼ାଙ୍କୁ ଗିରଫ କରିଛି ପୁଲିସ। ତେବେ ଏହି ମାମଲାର ଛାନ୍‌ଭିନ୍ ସମୟରେ ପୁଲିସକୁ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି। ଏହି କ୍ଷୀର ଓ କ୍ଷୀରରେ ପ୍ରସ୍ତୁତ ହେଉଥିବା ସାମଗ୍ରୀଗୁଡ଼ିକୁ ପ୍ୟାକିଂ କରିବା ପାଇଁ କଲକାତାରୁ ପ୍ରିଣ୍ଟ କରାଯାଇ ପ୍ଲାଷ୍ଟିକ ଆସୁଥିବାବେଳେ ମହାରାଷ୍ଟ୍ରରୁ ଆସୁଥିଲା ଶସ୍ତା ଗୁଣ୍ଡ କ୍ଷୀର। ତେବେ ଯେଉଁ ଅଞ୍ଚଳକୁ ‘ରୋହିଣୀ’ ବ୍ରାଣ୍ଡର ଏହି ନକଲି କ୍ଷୀର ଓ ଦୁଗ୍ଧଜାତ ସାମଗ୍ରୀ ବିକ୍ରି ପାଇଁ ଯାଇଛି, ସେଗୁଡ଼ିକୁ ଜବତ କରିବା ପାଇଁ ଉଦ୍ୟମ ଆରମ୍ଭ କରିବା ସହ ସେ ସମାଗ୍ରୀକୁ ବ୍ୟବହାର ନ କରିବା ପାଇଁ ଜନସାଧାରଣକୁ ଅନୁରୋଧ କରିଛି କମିଶନରେଟ ପୁଲିସ।

ତେବେ ମହାରାଷ୍ଟ୍ରରୁ ଆସୁଥିବା ଶସ୍ତା କ୍ଷୀର ପାଉଡରରେ ଉତ୍ତରପ୍ରଦେଶରୁ ଆମଦାନୀ ହେଉଥିବା କଷ୍ଟିକ ସୋଡାକୁ ଜଗତପୁରର ନଳକୂପ ପାଣିରେ ଗୋଳାଇ ପ୍ରସ୍ତୁତ ହେଉଥିଲା ନକଲି କ୍ଷୀର। ପ୍ରସ୍ତୁତି ପରେ ସେହି କ୍ଷୀରକୁ କଲକାତାରୁ ଆସୁଥିବା ପ୍ଲାଷ୍ଟିକରେ ଭର୍ତ୍ତି କରି ଓଡ଼ିଶା ବଜାରକୁ ଛଡ଼ାଯାଉଥିଲା। କଟକ ଜଗତପୁରରେ ଠାବ ହୋଇଥିବା ନକଲି କ୍ଷୀର କମ୍ପାନୀର ପରିଚାଳନା ପଛର ସତ ସମ୍ନାକୁ ଆସିଛି। କେବଳ ସେତିକି ନୁହେଁ ଯାଞ୍ଚ ସମୟରେ ଏମିତି ଅନେକ ତଥ୍ୟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ତାଜୁବ କରିଛି। ପ୍ୟାକେଟ ପିଛା ମାତ୍ର ୫ ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ ହେଉଥିବା ଏହି ନକଲି କ୍ଷୀରକୁ ବଜାରରେ ୨୬ ଟଙ୍କାରେ ବିକ୍ରି କରାଯାଉଥିଲା। ପ୍ରତିଟି ପ୍ୟାକେଟରେ ବ୍ୟାଚ ନମ୍ବର ସମାନ ଥିବାବେଳେ କେବଳ ପ୍ୟାକେଜିଂର ତାରିଖ ବଦଳୁଥିଲା। ବଡ଼ କଥା ହେଉଛି, କ୍ଷୀର ପ୍ୟାକେଟ୍‌ଗୁଡ଼ିକରେ ପ୍ୟାକିଂ ତାରିଖକୁ ଦୁଇରୁ ତିନି ଦିନ ଆଗୁଆ କରି ଲେଖା ଯାଉଥିଲା। ମାତ୍ର କିଛି ପରିମାଣର ଅସଲି କ୍ଷୀର ସହିତ ଶସ୍ତା କ୍ଷୀର ପାଉଡର, କଷ୍ଟିକ ସୋଡା ଓ ଲୁଣକୁ ମିଶାଇ ପ୍ରସ୍ତୁତ ହେଉଥିଲା ଏହି ନକଲି କ୍ଷୀର। କେବଳ କ୍ଷୀର ନୁହେଁ ବରଂ ଦହି, ଲସି ଓ ରାବିଡ଼ି ଭଳି ଅନେକ ସାମଗ୍ରୀ ପ୍ରସ୍ତୁତ ହେଉଥିଲା। କାରଖାନାରେ ଚଢାଉ କରି ୧୫୨୦ଟି ନକଲି କ୍ଷୀର ପ୍ୟାକେଟ ସହିତ ୧୨୩୦ ପ୍ୟାକେଟ ନକଲି ଦହି ପ୍ୟାକେଟକୁ ଜବତ କରାଯାଇଛି। ‘ରୋହିଣୀ’ ବ୍ରାଣ୍ଡରେ ବିକ୍ରି ହେଉଥିବା ଏହି କ୍ଷୀରକୁ କଟକ, ଯାଜପୁର, କେନ୍ଦ୍ରାପଡା ଓ ପୁରୀ ଜିଲାରେ ବିକ୍ରି କରାଯାଉଥିବାରୁ ସେହି ସମସ୍ତ ଅଞ୍ଚଳରୁ ଏହି ଅପମିଶ୍ରିତ କ୍ଷୀର ଓ ଦହିକୁ ଜବତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପୁଲିସ। ଏହା ବ୍ୟତୀତ ଏହି ସାମଗ୍ରୀଗୁଡ଼ିକୁ ବ୍ୟବହାର ନ କରିବା ପାଇଁ ଜନସାଧାରଣକୁ ନିବେଦନ କରିଛି କମିଶନରେଟ ପୁଲିସ।

- Advertisement -

 

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories