www.samajalive.in
Monday, December 15, 2025
26.1 C
Bhubaneswar

ଗିରଫ ହେଲେ ନକଲି କ୍ଷୀର କମ୍ପାନୀ ‘ରୋହିଣୀ’ ମାଲିକ

ସମାଜ ଡିଜିଟାଲ ଡେସ୍କ: କ୍ଷୀର ନାଁରେ ଲୋକଙ୍କୁ ବିଷାକ୍ତ ପଦାର୍ଥ ବିକ୍ରି କରିବା ଅଭିଯୋଗରେ କଟକରୁ ଠାବ ହୋଇଥିବା ନକଲି କ୍ଷୀର କମ୍ପାନୀର ମାଲିକ ପ୍ରଦୀପ୍ତ ପରିଡ଼ାଙ୍କୁ ଗିରଫ କରିଛି ପୁଲିସ। ତେବେ ଏହି ମାମଲାର ଛାନ୍‌ଭିନ୍ ସମୟରେ ପୁଲିସକୁ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି। ଏହି କ୍ଷୀର ଓ କ୍ଷୀରରେ ପ୍ରସ୍ତୁତ ହେଉଥିବା ସାମଗ୍ରୀଗୁଡ଼ିକୁ ପ୍ୟାକିଂ କରିବା ପାଇଁ କଲକାତାରୁ ପ୍ରିଣ୍ଟ କରାଯାଇ ପ୍ଲାଷ୍ଟିକ ଆସୁଥିବାବେଳେ ମହାରାଷ୍ଟ୍ରରୁ ଆସୁଥିଲା ଶସ୍ତା ଗୁଣ୍ଡ କ୍ଷୀର। ତେବେ ଯେଉଁ ଅଞ୍ଚଳକୁ ‘ରୋହିଣୀ’ ବ୍ରାଣ୍ଡର ଏହି ନକଲି କ୍ଷୀର ଓ ଦୁଗ୍ଧଜାତ ସାମଗ୍ରୀ ବିକ୍ରି ପାଇଁ ଯାଇଛି, ସେଗୁଡ଼ିକୁ ଜବତ କରିବା ପାଇଁ ଉଦ୍ୟମ ଆରମ୍ଭ କରିବା ସହ ସେ ସମାଗ୍ରୀକୁ ବ୍ୟବହାର ନ କରିବା ପାଇଁ ଜନସାଧାରଣକୁ ଅନୁରୋଧ କରିଛି କମିଶନରେଟ ପୁଲିସ।

ତେବେ ମହାରାଷ୍ଟ୍ରରୁ ଆସୁଥିବା ଶସ୍ତା କ୍ଷୀର ପାଉଡରରେ ଉତ୍ତରପ୍ରଦେଶରୁ ଆମଦାନୀ ହେଉଥିବା କଷ୍ଟିକ ସୋଡାକୁ ଜଗତପୁରର ନଳକୂପ ପାଣିରେ ଗୋଳାଇ ପ୍ରସ୍ତୁତ ହେଉଥିଲା ନକଲି କ୍ଷୀର। ପ୍ରସ୍ତୁତି ପରେ ସେହି କ୍ଷୀରକୁ କଲକାତାରୁ ଆସୁଥିବା ପ୍ଲାଷ୍ଟିକରେ ଭର୍ତ୍ତି କରି ଓଡ଼ିଶା ବଜାରକୁ ଛଡ଼ାଯାଉଥିଲା। କଟକ ଜଗତପୁରରେ ଠାବ ହୋଇଥିବା ନକଲି କ୍ଷୀର କମ୍ପାନୀର ପରିଚାଳନା ପଛର ସତ ସମ୍ନାକୁ ଆସିଛି। କେବଳ ସେତିକି ନୁହେଁ ଯାଞ୍ଚ ସମୟରେ ଏମିତି ଅନେକ ତଥ୍ୟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ତାଜୁବ କରିଛି। ପ୍ୟାକେଟ ପିଛା ମାତ୍ର ୫ ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ ହେଉଥିବା ଏହି ନକଲି କ୍ଷୀରକୁ ବଜାରରେ ୨୬ ଟଙ୍କାରେ ବିକ୍ରି କରାଯାଉଥିଲା। ପ୍ରତିଟି ପ୍ୟାକେଟରେ ବ୍ୟାଚ ନମ୍ବର ସମାନ ଥିବାବେଳେ କେବଳ ପ୍ୟାକେଜିଂର ତାରିଖ ବଦଳୁଥିଲା। ବଡ଼ କଥା ହେଉଛି, କ୍ଷୀର ପ୍ୟାକେଟ୍‌ଗୁଡ଼ିକରେ ପ୍ୟାକିଂ ତାରିଖକୁ ଦୁଇରୁ ତିନି ଦିନ ଆଗୁଆ କରି ଲେଖା ଯାଉଥିଲା। ମାତ୍ର କିଛି ପରିମାଣର ଅସଲି କ୍ଷୀର ସହିତ ଶସ୍ତା କ୍ଷୀର ପାଉଡର, କଷ୍ଟିକ ସୋଡା ଓ ଲୁଣକୁ ମିଶାଇ ପ୍ରସ୍ତୁତ ହେଉଥିଲା ଏହି ନକଲି କ୍ଷୀର। କେବଳ କ୍ଷୀର ନୁହେଁ ବରଂ ଦହି, ଲସି ଓ ରାବିଡ଼ି ଭଳି ଅନେକ ସାମଗ୍ରୀ ପ୍ରସ୍ତୁତ ହେଉଥିଲା। କାରଖାନାରେ ଚଢାଉ କରି ୧୫୨୦ଟି ନକଲି କ୍ଷୀର ପ୍ୟାକେଟ ସହିତ ୧୨୩୦ ପ୍ୟାକେଟ ନକଲି ଦହି ପ୍ୟାକେଟକୁ ଜବତ କରାଯାଇଛି। ‘ରୋହିଣୀ’ ବ୍ରାଣ୍ଡରେ ବିକ୍ରି ହେଉଥିବା ଏହି କ୍ଷୀରକୁ କଟକ, ଯାଜପୁର, କେନ୍ଦ୍ରାପଡା ଓ ପୁରୀ ଜିଲାରେ ବିକ୍ରି କରାଯାଉଥିବାରୁ ସେହି ସମସ୍ତ ଅଞ୍ଚଳରୁ ଏହି ଅପମିଶ୍ରିତ କ୍ଷୀର ଓ ଦହିକୁ ଜବତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପୁଲିସ। ଏହା ବ୍ୟତୀତ ଏହି ସାମଗ୍ରୀଗୁଡ଼ିକୁ ବ୍ୟବହାର ନ କରିବା ପାଇଁ ଜନସାଧାରଣକୁ ନିବେଦନ କରିଛି କମିଶନରେଟ ପୁଲିସ।

- Advertisement -

 

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories