www.samajalive.in
Saturday, December 6, 2025
14.1 C
Bhubaneswar

ଦୁବାଇ: ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ୪ ଭାରତୀୟଙ୍କ ସମେତ ୧୬ ମୃତ

ଦୁବାଇ: ଦୁବାଇସ୍ଥିତ ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟି ୧୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ଭାରତୀୟ ଥିବା ସୂଚନା ମିଳିଛି। ଏହା ବ୍ୟତୀତ ଏହି ଅଗ୍ନିକାଣ୍ଡରେ ୯ ଜଣ ଆହତ ମଧ୍ୟ ହୋଇଛନ୍ତି। ରବିବାର ଗଣମାଧ୍ୟମ ସୂତ୍ରରୁ ଏହି ଖବର ମିଳିଛି।

ମିଳିଥିବା ସୂଚନା ମୁତାବକ, ଦୁବାଇର ଅଲ୍‌ ରାସ୍‌ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଥିଲା। ପ୍ରଥରେ ଅଟ୍ଟାଳିକାର ଚତୁର୍ଥ ତାଲାରେ ନିଆଁ ଲାଗିଥିଲା। ଏହାପରେ ଚାରିଆଡ଼େ ବ୍ୟାପିବାକୁ ଲାଗିଥିଲା। ଅଗ୍ନିକାଣ୍ଡର ସୂଚନା ପାଇ ଦୁବାଇ ସିଭିଲ୍‌ ଡି‌ଫେନ୍ସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଏଥିସହ ନିକଟସ୍ଥ ଆପାର୍ଟମେଣ୍ଟ୍‌ରୁ ଲୋକମାନଙ୍କୁ ସ୍ଥାନାନ୍ତର କରିଥିଲେ। ଖବର ପାଇ ପୋର୍ଟ ସୟିଦ୍‌ ଫାୟାର୍‌ ଷ୍ଟେସନ୍‌ ଓ ହମ୍‌ରିୟା ଫାୟାର୍‌ ‌ଷ୍ଟେସନର କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ସମୟ ରାତି ପ୍ରାୟ ସାଢେ ୨ଟାରେ ନିଆଁକୁ ଆୟତ୍ତ କରାଯାଇଥିଲା। ଦୁବାଇ​‌ରେ ରହୁଥିବା ଭାରତୀୟ ନସୀର ୱାତନପଲ୍ଲୀଙ୍କ କହିବାନୁଯାୟୀ, ମୃତକଙ୍କ ମଧ୍ୟରେ ୪ ଜଣ ଭାରତୀୟ ଅଛନ୍ତି। ସେମାନଙ୍କ ମଧ୍ୟରେ କେରଳର ଏକ ଦମ୍ପତିଙ୍କ ‌ସମେତ ତାମିଲନାଡ଼ୁର ଦୁଇ ଜଣ ଅଛନ୍ତି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories