www.samajalive.in
Saturday, December 6, 2025
14.1 C
Bhubaneswar

ଟ୍ରାକ୍ଟର ଓଲଟି ନାବାଳକ ଚାଳକ ମୃତ

ବଲାଙ୍ଗୀର: ସରପଞ୍ଚଙ୍କ ଟ୍ରାକ୍ଟର ଚଳାଉଥିଲେ ନାବାଳକ। ଟ୍ରାକ୍ଟର ଓଲଟି ନାବାଳକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବାଦୀବାହାଲ ପଞ୍ଚାୟତ ଅଗଲାପାଳି ଗାଁରେ। ସୂଚନା ଅନୁସାରେ ଗାଁରେ ବସୁଧା ଯୋଜନାରେ ସରକାରୀ କାମ ଚାଲିଛି। ସରକାରୀ କାମରେ ଲାଗିଥିଲା ବାଦୀବାହାଲ ପଞ୍ଚାୟତ ସରପଞ୍ଚ ପ୍ରସନ୍ନ ତ୍ରିପାଠୀଙ୍କ ଟ୍ରାକ୍ଟର। ସରପଞ୍ଚ ସେହି ଟ୍ରାକ୍ଟରରେ ମନୁ ଦାଶ ନାମକ ଜଣେ ବାପା ଛେଉଣ୍ଡ ନାବାଳକକୁ ଚାଳକ ଭାବେ କାମ କରାଉଥିଲେ। କାମ ଚାଲୁଥିବା ସମୟରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ନାବାଳକର ଜୀବନ ଯାଇଛି। ପୁଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories