www.samajalive.in
Friday, December 5, 2025
20.1 C
Bhubaneswar

ବ୍ରହ୍ମପୁରରେ ଆନ୍ଦୋଳନରତ ଡ୍ରାଇଭର ଓ ପୁଲିସ ମଧ୍ୟରେ ମୁହାଁମୁହିଁ

ବ୍ରହ୍ମପୁର: ବ୍ରହ୍ମପୁରରେ ଆନ୍ଦୋଳନରତ ଡ୍ରାଇଭର ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ଗାଡ଼ି ଅଟକାଇବାବେଳେ ଡ୍ରାଇଭର ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ​‌ଡ୍ରାଇଭରଙ୍କ ଆକ୍ରମଣରେ କିଛି ପୁଲିସ ଆହତ ହୋଇଥିବା ସୂଚନା ମିଳିଛି। ଡ୍ରାଇଭରମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିବାକୁ ଗୋଳନ୍ଥରା ଆଇଆଇସି ଏବଂ ଗୋପାଳପୁର ଥାନା ଏସଆଇ ଆହତ ହୋଇଛନ୍ତି। ୬ରୁ ଅଧିକ ପୁଲିସ ଆହତ ହୋଇଥିବା ସୂଚନା ମିଳିଛି।

ରାସ୍ତାରେ ରାଜ୍ୟ ବାହାରର ମାଲପରିବହନ ଗାଡ଼ି ଓ ଟ୍ୟାଙ୍କରକୁ ଆନ୍ଦୋଳନରତ ଡ୍ରାଇଭରମାନେ ଅଟକାଇଥିଲେ। ଏହାକୁ ମାଲପରିବହନ ଓ ଟ୍ୟାଙ୍କର ଡ୍ରାଇଭର ପ୍ରତିବାଦ କରିଥିଲେ। ଫଳରେ ଦୁଇ ଡ୍ରାଇଭରଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ଓ ପରବର୍ତ୍ତି ସମୟରେ ଆନ୍ଦୋଳନର ରୂପ ନେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପ୍ରୟାସ କରିଥିଲା। ରାସ୍ତାରେ ଯାନବାହନ ଯାତାୟତପାଇଁ ସ୍ବାଭାବିକ କରି ବାହାର ରାଜ୍ୟର ଗାଡ଼ିଗୁଡ଼ିକୁ ଛାଡ଼ି ଦେବାରୁ ଡ୍ରାଇଭର ଓ ପୁଲିସ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏପରିକି କିଛି ଡ୍ରାଇଭର ପୁଲିସକୁ ଆକ୍ରମଣ କରିଥିଲେ।

- Advertisement -

ଏଥିରେ ଗୋଳନ୍ଥରା ଆଇଆଇସି ଓ ଗୋପାଳପୁର ଏସଆଇ ସମେତ ବହୁ ପୁଲିସ ଆହତ ହୋଇଥିଲେ। ଏହାସହିତ ଅନେକ ଡ୍ରାଇଭର ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories