www.samajalive.in
Saturday, December 13, 2025
27.1 C
Bhubaneswar

ପାଣି ପାଇଁ ସରପଞ୍ଚକୁ ତାଲା ; ୨ ଘଣ୍ଟା ପରେ ଉଦ୍ଧାର ହେଲେ

ଦ୍ୱାରଶୁଣି : ମାସ ମାସ ଧରି ଖୋଳା ହୋଇ ପଡିଛି ବୋରିଂ । ବିଦ୍ୟୁତ ଟ୍ରାନ୍ସଫରମର ମଧ୍ୟ ବସିଛି । କିନ୍ତୁ ପାଣି ଆସୁନି। ଏପରି
ଅଭାବନୀୟ ଘଟଣା ଦେଖବାକୁ ମିଳିଛି ମୟୁରଭଂଜ ଜିଲ୍ଲା ର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଛ ଗ୍ରାମ ପଂଚାୟତ ଅଲାଗୁଞ୍ଜl ଠାରେ। ଆଜିକୁ ୧ ବର୍ଷରୁ ଅଧିକ ସମୟ ହେବ ଖୋଳା ହୋଇ ବୋରିଂ ପଡିଥିଲେ ମଧ୍ୟ ପାନୀୟ ଜଳ ପ୍ରକଳ କାର୍ଯ୍ୟ ​ଆଗେଇପାରୁ ନାହିଁ​ । ଫଳରେ ଏକ ହଜାର ରୁ ଅଧିକ ଲୋକ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିଲା ବେଳେ,ଅର୍ଦ୍ଧ ନିର୍ମିତ ବୋରିଂ କଟା ଘା ରେ ଚୂନ ପରି ହେଉଥିଲା।

ପିଇବା ପାଣିର ଉତ୍କଟ ସମସ୍ୟା ହେବାରୁ,ଲୋକ ମାନେ ଅର୍ଦ୍ଧ  ନିର୍ମିତ ବୋରିଂକୁ ସମ୍ପୂର୍ଣ କାର୍ଯ୍ୟକ୍ଷମ କରିବା ଦାବି ରେ ମଙ୍ଗଳବାର ସ୍ଥାନୀୟ ସରପଞ୍ଚଙ୍କୁ ଏବଂ ଅଧିକାରୀ ଙ୍କୁ ଦାୟୀ କରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରିଲେ ଅଲାଗୁଞ୍ଜl ଗ୍ରାମବାସୀ । ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଧରି ସରପଞ୍ଚଙ୍କ ସମେତ ଅନ୍ୟ ପଞ୍ଚାୟତ କର୍ମଚାରୀ ମାନେ ତାଲାବନ୍ଦ ହୋଇ ରହିଲେ । ପରେ ଘଟଣା ସ୍ଥଳରେ ଭାରପ୍ରାପ୍ତ ବିଡିଓ ପହଞ୍ଚି ସାତ ଦିନ ଭିତରେ କାର୍ଯ୍ୟ ଆରମ୍ଭ ହେବାର ଲିଖିତ ପ୍ରତିଶ୍ରୁତି ଦେଲା ପରେ ସରପଞ୍ଚଙ୍କୁ ଛାଡି ଥିଲେ ଲୋକ। । ଯାହାକି ଆଜି ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ଯୋଗ୍ୟ, ବାଙ୍ଗଗରିପୋଷି ବ୍ଲକର ବିଭିନ୍ନ ଅଂଚଳରେ ଦିନକୁ ଦିନ ପାଣି ସମସ୍ୟା ଜଟିଳରୁ ଜଟିଳତର ହେବାରେ ଲାଗିଥିବା ବେଳେ ଏଭଳି ସମସ୍ୟା ଦେଖାଯାଇଛି ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories