www.samajalive.in
Saturday, December 6, 2025
16.1 C
Bhubaneswar

ଭାରତୀୟ କ୍ରିକେଟ ଦଳର କୋଚ୍‌ ହେବେ ଦ୍ରାଭିଡ୍‌ ! ଶ୍ରୀଲଙ୍କା ଗସ୍ତରେ ଭାର ସମ୍ଭାଳିବେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ‘ଦ ୱାଲ’ ଭାବେ ପରିଚିତ ରାହୁଲ ଦ୍ରାଭିଡ ଟିମ ଇଣ୍ଡିଆର କୋଚ ହେବା ନେଇ ପ୍ରସ୍ତୁତ ରହିଛନ୍ତି। ଡ୍ରାଭିଡ ଆଗାମୀ ଶ୍ରୀଲଙ୍କା ଗସ୍ତ ସମୟରେ ଭାରତୀୟ କ୍ରିକେଟ ଦଳର ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ସହମତି ପ୍ରକାଶ କରିଥିବା ‘ଦ ଟେଲିଗ୍ରାଫ’ ଏକ ରିପୋର୍ଟ ପ୍ରକାଶ କରିଛି। ଶ୍ରୀଲଙ୍କା ଗସ୍ତ ସମୟରେ ଭାରତ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ।

ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଇଂଲଣ୍ଡରେ ବିରାଟ କୋହଲିଙ୍କ ଟିମ୍‌ ସହିତ ରହିବେ। ଦ୍ରାଭିଡ୍‌ ଟିମ୍‌ର ୨ୟ କୋଚ୍‌ ଭାବେ ଦାୟିତ୍ଵ ତୁଲାଇବେ। ୪୮ ବର୍ଷୀୟ ଦ୍ରାଭିଡ ପୂର୍ବରୁ ବି ଟିମ୍‌କୁ ନିଜର ସେବା ପ୍ରଦାନ କରିସାରିଛନ୍ତି। ୨୦୧୪ରେ ଇଂଲଣ୍ଡ ଗସ୍ତ ସମୟରେ ସେ ଭାରତୀୟ ଦଳର ବ୍ୟାଟିଂ ପରାମର୍ଶଦାତା ନିଯୁକ୍ତ ହୋଇଥିଲେ।

- Advertisement -

ଦ୍ରାଭିଡ ବେଙ୍ଗାଲୁରୁରେ ଏନସିଏର ମୁଖ୍ୟ ହେବା ପରେ ଭାରତ-ଏ ଏବଂ ୧୯ ବର୍ଷରୁ କମ୍‌ ଦଳ ସହିତ ଗସ୍ତ କରିବା ବନ୍ଦ କରିଦେଇଥିଲେ। ୨୦୧୫-୧୯ ପର୍ଯ୍ୟନ୍ତ ସେ ଭାରତ-ଏ ଦଳର କୋଚ୍‌ ରହିଥିଲେ। ତାଙ୍କ କୋଚିଂରେ ଭାରତର ୧୯ ବର୍ଷର କମ୍‌ କ୍ରିକେଟ ଦଳ ୨୦୧୬ରେ ବିଶ୍ଵକପ୍‌ର ଉପବିଜେତା ଏବଂ ୨୦୧୮ରେ ଚାମ୍ପିୟନ ହୋଇଥିଲା।

ଭାରତୀୟ କ୍ରିକେଟରେ ନୂଆ ଖେଳାଳିଙ୍କ ଟିମ୍‌କୁ ସୁଦୃଢ଼ କରିବାରେ ଦ୍ରାଭିଡଙ୍କର ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଛି। ମହମ୍ମଦ ସିରାଜ, ଶୁଭମନ ଗିଲ, ୱାଶିଂଟନ ସୁନ୍ଦର, ପୃଥ୍ବୀ ଶ ଏବଂ ସାର୍ଦ୍ଦୁଳ ଠାକୁରଙ୍କ ଭଳି ସଫଳ ଖେଳାଳିଙ୍କ ପଛରେ ଦ୍ରାଭିଡଙ୍କ ଅବଦାନ ଯଥେଷ୍ଟ ରହିଛି।

ସୂଚନା ଅନୁସାରେ, ଆସନ୍ତା ଜୁଲାଇ ୧୩ରୁ ଟିମ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ଆରମ୍ଭ ହେବ। ଦିନିକିଆ ଶୃଙ୍ଖଳର ପ୍ରଥମ ମ୍ୟାଚ ଏହି ଦିନ ଅନୁଷ୍ଠିତ ହେବ। ୧୬ ଜୁଲାଇରେ ୨ୟ ଏବଂ ୧୯ ତାରିଖରେ ୩ୟ ମ୍ୟାଚ ଖେଳାଯିବ। ୨୨ ତାରିଖରୁ ଟି-୨୦ ସିରିଜ ଆରମ୍ଭ ହେବ। ଏହାର ୨ୟ ମ୍ୟାଚ ୨୪ ଜୁଲାଇ ଏବଂ ଅନ୍ତିମ ମ୍ୟାଚ ୨୭୬ ଜୁଲାଇରେ ଅନୁଷ୍ଠିତ ହେବ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories