www.samajalive.in
Friday, December 5, 2025
26.1 C
Bhubaneswar

ଗଛରୁ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର : ଆତ୍ମହତ୍ୟା ସନ୍ଦେହ

ଦେବଗଡ: ଦେବଗଡ ଥାନା ଅନ୍ତର୍ଗତ ସୁଗୁଡା ଗ୍ରାମଦେଇ ଯାଇଥିବା କାଳକଡର ଏକ ଗଛରୁ ଆଜି ଜଣେ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସୁଗୁଡା ହରିଜନ ସାହିର ସ୍ୱର୍ଗତଃ ବନ୍ଧୁ ପାତ୍ରଙ୍କ ପୁଅ ଗିରିଶ ଚନ୍ଦ୍ର ପାତ୍ର(୩୩) ଅନ୍ୟଦିନ ମାନଙ୍କ ଭଳି ଗତକାଲି ରାତ୍ରୀରେ ମଧ୍ୟ ଖିଆପିଆ ସାରି ନିଜ ଘରେ ଶୋଇଥିଲେ। ମାତ୍ର ଆଜି ସକାଳେ ତାଙ୍କର ମୃତଦେହ ଗ୍ରାମର କନ୍ଧସାହି ନିକଟସ୍ଥ ନାଳକଡରେ ଥିବା ଏକ ଗଛରେ ତାଙ୍କର ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା।
ପରିବାର ଲୋକେ ଏ ସମ୍ପର୍କରେ ଦେବଗଡ ଆଦର୍ଶ ଥାନା ପୁଲିସକୁ ସୂଚନା ଦେବାରୁ ପୁଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି  ବ୍ୟବଚ୍ଛେଦ ନିମନ୍ତେ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ସେହିପରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯନ୍ତ ଜଣାପଡିନଥିଲେ ମଧ୍ୟ ଗିରିଶ ଗତ କିଛିଦିନ ହେଲା ଏକାଧିକ ରୋଗରେ ଅସୁସ୍ଥ ହୋଇପଡିବା ସହ ମାନସିକ ଭାରାକ୍ରାନ୍ତ ଥିବାରୁ ବେକରେ ରଶି ଲଗାଇ ଅତତ୍ମହତ୍ୟା କରିଥିବା ପୁଲିସ ଅନୁମାନ କରୁଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories