www.samajalive.in
Sunday, December 14, 2025
14.1 C
Bhubaneswar

ଜବତ ହେବ ଦାଉଦର ସମସ୍ତ ସମ୍ପତ୍ତି

ନୂଆଦିଲ୍ଲୀ: ମୋଷ୍ଟ ୱାଣ୍ଟେଡ୍‍ ଆତଙ୍କବାଦୀ ତାଲିକାରେ ଥିବା ଦାଉଦ୍‍ ଇବ୍ରାହିମ୍‍ର ମୁମ୍ବାଇସ୍ଥିତ ସମସ୍ତ ସମ୍ପତ୍ତି ଜବତ ହେବ। ଖୁବ୍‍ଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ସମ୍ପତ୍ତି ଜବତ ପାଇଁ ସରକାର ନେଇଥିବା ନିଷ୍ପତ୍ତି ବିରୋଧରେ ଦାଉଦ୍‍ର ମା’ ଅମିନା ବି କାସ୍‍କର ଓ ଭଉଣୀ ହସିନା ପାରକରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ସହିତ ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ୧୯୮୮ରେ ଏକ ସ୍ୱତନ୍ତ୍ର ଆଇନ ବଳରେ ସରକାର ଦାଉଦର ଏକ ବଙ୍ଗଳାକୁ ସିଲ୍‍ କରିଥିଲେ ଏବଂ ୧୯୯୩ ସିରିଏଲ୍‍ ବୋମା ବିସ୍ଫୋରଣ ଘଟଣା ପରେ ଜବତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଦାଉଦ ଦେଶ ଛାଡ଼ି ଚାଲିଯିବା ପରେ ତାର ମା’ ଓ ଭଉଣୀ ସମ୍ପତ୍ତି ଉପରେ ମାଲିକାନା ସ୍ୱତ୍ତ୍ୱ ପାଇଁ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ସ୍ଥାନୀୟ କୋର୍ଟ ଓ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ସରକାରଙ୍କ ସପକ୍ଷରେ ଯିବା ପରେ ସେମାନେ ୧୯୯୮ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୨ରେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ୍‍ ରଖିଥିଲେ। ସରକାରଙ୍କ ଯୁକ୍ତି ଅନୁଯାୟୀ ଉକ୍ତ ସମ୍ପତ୍ତି ଉପରେ ମାଲିକାନା ସ୍ୱତ୍ତ୍ୱ ହାସଲ ପାଇଁ ଆୟ ଉତ୍ସ ଉଲ୍ଲେଖ କରିବାକୁ ଇତିମଧ୍ୟରେ ଅମିନା ଓ ହସିନାଙ୍କୁ ବହୁ ସୁଯୋଗ ଦିଆଯାଇଥିଲେ ମଧ୍ୟ ସେମାନେ ସେଥିରେ ବିଫଳ ହୋଇଥିଲେ। ମୁମ୍ବଇରେ ଦାଉଦ୍‍ ନାମରେ ଥିବା କିଛି ହୋଟେଲ୍‍ ଓ ଗେଷ୍ଟହାଉସ୍‍କୁ ଗତ ବର୍ଷ ସରକାର ନିଲାମ କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories