www.samajalive.in
Sunday, December 14, 2025
23.1 C
Bhubaneswar

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ଅଭିଯୁକ୍ତ ଥାନାରେ ଅଟକ

ଭବାନୀପାଟଣା : ପୁଣି ଜଣେ ନବାଳିକା ବଳାତ୍କାର ଶିକାର ହୋଇଛନ୍ତି । ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଦୁଇ ଦିନ ଧରି ବଳତ୍କାର କରିବା ପରେ ଛାଡି ଦେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗଟି ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଞ୍ଚଳରୁ । ଅଭିଯୋଗକୁ ଭିତ୍ତି କରି ପୁଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

କଳାହାଣ୍ଡି ଜିଲ୍ଲା ଥୂଆମୁଳ ରାମପୁର ଥାନା ଅନ୍ତର୍ଗତ ଡୁମେରପଦର ଗ୍ରାମରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗତ ୧୭ ତାରିଖ ରାତି ୮ଟାରେ ବଡବାପା ଘରକୁ ଏକୋଇଶିଆ ଭୋଜି ଖାଇବାକୁ ଯାଇଥିଲେ । ସେହି ଗ୍ରାମର ମୁନ୍ନା ନାଏକ(୩୦) ଜଣେ ଯୁବକ ତାଙ୍କୁ ଉଠାଇ ନେଇ ବଳାତ୍କାର କରିବା ସହ ଦୁଇ ଦିନ ଧରି ନାବାଳିକାଙ୍କୁ ପାଖରେ ରଖିବା ପରେ ଗତ ୧୯ ତାରିଖ ସଂଧ୍ୟାରେ ଗାଁ ମୁଣ୍ଡରେ ଛାଡି ଦେଇଥିଲା। ପୀଡିତା ଜଣଙ୍କ ଘରେ ପହଞ୍ଚି ଘଟଣା ବିଷୟରେ କହିବା ପରେ ଗତକାଲି ସଂଧ୍ୟାରେ ଥୂଆମୁଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୁକ୍ତଙ୍କୁ ଥାନକୁ ନେଇ ପଚରାଉଚରା କରାଯାଉଛି ଏବଂ ଆଜି ପୀଡିତାଙ୍କ ଡାକ୍ତରୀମାଇନା କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories