www.samajalive.in
Saturday, December 6, 2025
26.1 C
Bhubaneswar

ଆସିଲା ‘ଡବଲ୍‌ ଇସ୍ମାର୍ଟ’ ଟିଜର: ରାମ ପୋଥିନେନୀ-ସଞ୍ଜୟ ଦତ୍ତ ସାମ୍ନାସାମ୍ନି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଅଭିନେତା ରାମ ପୋଥିନେନୀ ଓ ସଞ୍ଜୟ ଦତ୍ତଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଡବଲ୍‌ ଇସ୍ମାର୍ଟ’ ଚଳିତ ବର୍ଷ ପ୍ରେକ୍ଷାଳୟକୁ ଆସିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଫିଲ୍ମର ଶୁଟିଂ ସହ ଜଡ଼ିତ ସୂଚନା ଦେବାପରେ ନିକଟରେ ଏହାର ଟ୍ରେଲରକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଇଥିଲେ ନିର୍ମାତା। ସେହିପରି ଆଜି ଅଭିନେତା ରାମ ପୋଥିନେନୀଙ୍କ ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ମିଳିଛି ବଡ଼ ଉପହାର। ବୁଧବାର ରିଲିଜ୍‌ ହୋଇଛି ‘ଡବଲ୍‌ ଇସ୍ମାର୍ଟ’ର ଟିଜର।

ନୂଆ ପୋଷ୍ଟର ଶେୟାର କରି ନିର୍ମାତା ସୂଚନା ଦେଇଥିଲେ ଯେ, ଅଭିନେତାଙ୍କ ଜନ୍ମଦିନରେ ଆସିବ ଫିଲ୍ମର ଟିଜର। ନିଜ କଥା ରଖି ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ନିର୍ମାତା। ୧ ମିନିଟ୍‌ ୨୬ ସେକେଣ୍ଡର ଭିଡିଓରେ ରାମ ପୋଥିନେନୀ ଓ ସଞ୍ଜୟ ଦତ୍ତଙ୍କ ଦମ୍‌ଦାର୍‌ ଝଲକ୍‌ ଦେଖିବାକୁ ମିଳିଛି। ଶଙ୍କର ଭୂମିକାରେ ନଜର ଆସିଥିବା ରାମ ପୋଥିନେନୀଙ୍କ କିଛି ଫାଇଟ୍‌ ଦୃଶ୍ୟ ମଧ୍ୟ ଦେଖିବାକୁ ମିିଳିଛି।

- Advertisement -

ଟିଜରରେ ବିଗ୍‌ ବୁଲ୍‌ ସାଜିଥିବା ସଞ୍ଜୟ ଦତ୍ତଙ୍କ ନୂଆ ଅବତାର ଦେଖିବାକୁ ମିଳିଛି। ଶଙ୍କରଙ୍କ ମୁକାବିଲା ବିଗ୍ ବୁଲ୍‌ ଅର୍ଥାତ୍‌ ସଞ୍ଜୟ ଦତ୍ତଙ୍କ ସହ ହେଉଛି। ଟିଜର ସହ ନିର୍ମାତା ଫିଲ୍ମର ନୂଆ ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି। ପୋଷ୍ଟରରେ ରାମ ପୋଥିନେନୀ ଓ ସଞ୍ଜୟ ଦତ୍ତଙ୍କ ମୁହଁ ନଜର ଆସିଛି।

ପୁରୀ ଜଗନ୍ନାଧଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ହଲିଉଡ଼ ସିନେମାଟୋଗ୍ରାଫର ଜିୟାନୀ ଜିୟାନେଲୀ ମଧ୍ୟ କାମ କରୁଛନ୍ତି। ଏହି ବିଗ୍‌ ବଜେଟ୍‌ ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ରର ଶୁଟିଂ ବର୍ତ୍ତମାନ ମୁମ୍ବଇରେ ଚାଲିଛି। ଯଥା ଶୀଘ୍ର ଚଳଚ୍ଚିତ୍ରକୁ ମୁକ୍ତିଲାଭ କରିବାକୁ ଟିମ୍‌ ଯୋଜନା କରୁଛନ୍ତି। ‘ଡବଲ ଇସ୍ମାର୍ଟ’ ୨୦୧୯ର ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଇସ୍ମାର୍ଟ ଶଙ୍କର’ର ବହୁପ୍ରତୀକ୍ଷିତ ସିକ୍ଵେଲ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories