www.samajalive.in
Friday, December 12, 2025
14.1 C
Bhubaneswar

ଘରକୁ ଘର ବୁଲି ସର୍ବେକ୍ଷଣର ସମୀକ୍ଷା

ଆଠଗଡ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆଠଗଡ ବ୍ଲକର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଗତ ୨୪ତାରିଖରୁ ପ୍ରତି ଗ୍ରାମରେ ଘରକୁ ଘର ବୁଲି ଥଣ୍ଡା, ଜ୍ୱର ଓ କରୋନା ରୋଗର ଅନ୍ୟ ଲକ୍ଷଣ ସଂପର୍କରେ ସବେକ୍ଷଣ କାର୍ଯ୍ୟ ଜାରି ରହିଛି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଚାଲିଥିବା ଏହି କାର୍ଯ୍ୟର ଅଗ୍ରଗତି ସଂପର୍କରେ ଜେନାପଦା ସେକ୍ଟରସ୍ତରୀୟ, ସମୀକ୍ଷା ବୈଠକ ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜେନାପଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହରେ ଏହି ସବେକ୍ଷଣ କାର୍ଯ୍ୟରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ। କରୋନାର ଭୟଙ୍କର ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସମ୍ମୁଖ ଯୋଦ୍ଧାମାନେ ଘରକୁ ଘର ବୁଲି କରୋନା ଲକ୍ଷଣ ଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ସେମାନଙ୍କର ପରୀକ୍ଷା କରାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ଏଥିସହିତ ଶ୍ୱାସ, ଅଣସଂକ୍ରମଣ ରୋଗ ଯଥା ମଧୁମେହ, ଉଚ୍ଚ ରକ୍ତଚାପ, ବୃକକ୍‍ ଜନିତ ରୋଗ, କର୍କଟ, ମାନସିକ ଅନଗ୍ରସର ରୋଗୀ, ବୟସ୍କ ବ୍ୟକ୍ତି ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ କିପରି କରୋନା ରୋଗରୁ ରକ୍ଷା କରାଯାଇପାରିବ ସେ ଦିଗରେ ଏହି ସମ୍ମୁଖ ଯୋଦ୍ଧାମାନଙ୍କୁ ତାଲିମ ଦେବା ସହ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ବ୍ରହ୍ମପୁର ସିଏଚସିର ତ୍ୱରିତ୍‍ କାର୍ଯ୍ୟାନୁଷ୍ଠାନ ଦଳର ଡାକ୍ତର ଦୀପକରାଜ, ବ୍ଲକ ବିପିଏମ ପୁଷ୍ପମିତ୍ରା ଦାସ, ପିଏଚଇଓ କବିତାରାଣୀ ଦାସ, ସ୍ୱାସ୍ଥ୍ୟ ପରିଦର୍ଶକ ସୁଭେନ୍ଦୁ କୁମାର ସେନାପତି, ସିଏଚଓ ଅଶୋକ କୁମାର ସାହୁ ପ୍ରମୁଖଙ୍କ ସମେତ ଅନ୍ୟମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories