www.samajalive.in
Saturday, December 6, 2025
19.1 C
Bhubaneswar

କରୋନା ପାଇଁ ତତ୍ପର ପ୍ରଶାସନ: ଘର ଘର ବୁଲି ଆରମ୍ଭ ହେଲା ସ୍କ୍ରିନିଂ, ପ୍ରଥମ ଦିନରେ ୩ଟି ୱାର୍ଡ ବୁଲିଲେ ୨୧ ଟିମ

ବଲାଙ୍ଗିର: ବଲାଙ୍ଗିର ଜିଲାରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଢିଲା ପ୍ରଶାସନିକ କଟକଣା ଯୋଗୁ ସହରରେ ଅବସ୍ଥା ଖରାପ ସ୍ଥିତିରେ ପହଞ୍ଚିଥିବା ବେଳେ ଗତ ଦୁଇ ଦିନ ହେଲା କଟକଣା କଡାକଡି କରାଯାଇଛି। ନିଜେ ଜିଲାପାଳ ଚଞ୍ଚଳ ରଣାଙ୍କ ନେତୃତ୍ୱରେ ଏସପି ଏମ ସନ୍ଦୀପ ସମ୍ପତ୍ତ, ଉପଜିଲାପାଳ ସୁଧାକର ନାୟକ, ପୈାରନିର୍ବାହୀ ଅଧିକାରୀ ରାସ୍ତାରେ ପଇଁନ୍ତରା ମାରିଥିଲେ। ସ୍ଥାନୀୟ ବଣିକ ସଂଘ ଆବାହକତ୍ୱରେ ଗଠନ ହୋଇଥିବା କରୋନା ନିୟନ୍ତ୍ରଣ କମିଟି ୭ ଦିନିଆ ସଟଡାଉନ ପାଇଁ ଲୋକଙ୍କୁ ନିବେଦନ କରାଯାଇଥିଲା। ସଂକ୍ରମଣ ଚେନ କୁ ଭାଙ୍ଗିବା ପାଇଁ ଏହି ସବୁ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଶନିବାର ଦିନ ଠାରୁ ପୈାରାଞ୍ଚଳରେ ଘର ଘର ବୁଲି ଲୋକଙ୍କ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାର ପ୍ରଥମ ଦିନରେ ସହରର ୧, ୨ ଓ ୩ ନଂ ୱାର୍ଡରେ ସ୍କ୍ରିନିଂ ଟିମ ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରୁଥିବା ଦେଖିବାକୁ ମିଲିଛି। ଏଏନଏମ, ଅଙ୍ଗନୱାଡି ଓ ଆଶା କର୍ମୀଙ୍କୁ ନେଇ ୨୧ଟି ଟିମ ଗଠନ କରାଯାଇଥିବା ସୂଚନା ମିଲିଛି। ପ୍ରତିଦିନ ଏହି ଟିମ ତିନୋଟି ୱାର୍ଡ ବୁଲି ସ୍କ୍ରିନିଂ କରିବ ବୋଲି ଜଣାପଡିଛି। କରୋନା ଲକ୍ଷଣ ଥିବା ଲୋକଙ୍କୁ କୋଭିଡ ପରୀକ୍ଷା କରିବା ପାଇଁ ନିବେଦନ କରାଯାଉଥିବା ବେଳେ ଅନ୍ୟ ଲୋକଙ୍କୁ ବାହାରକୁ ଯିବା, ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ପାଲନ କରିବା ପାଇଁ ଏହି ଟିମ ପରାମର୍ଶ ଦେଇଛନ୍ତି। କରୋନା ରୋଗୀଙ୍କୁ ଚିହ୍ନଟ କରିବାରେ ପ୍ରଶାସନର ଏହି ପ୍ରୟାସ ଲାଭଦାୟକ ହେବ ବୋଲି ପୈାରନିର୍ବାହୀ ଅଧିକାରୀ ବିପିନ ଦୀପ ନିଜ ପ୍ରତିକ୍ରୀୟାରେ କହିଛନ୍ତି। ରବିବାର ସହରର ୪, ୫ ଓ ୬ ନମ୍ବର ୱାର୍ଡରେ ଏହି ଟିମ ସ୍କିନିଂ କରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଲିଛି। ଆସନ୍ତା ୧ ତାରିଖ ପର୍ୟ୍ୟନ୍ତ ଏହି ଦଳ ବଲାଙ୍ଗିର ପୈାରାଞ୍ଚଳର ସମସ୍ତ ୨୧ ଟି ୱାର୍ଡରେ ବୁଲି ଲୋକଙ୍କ ସ୍କ୍ରିନିଂ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories