www.samajalive.in
Sunday, December 7, 2025
26.1 C
Bhubaneswar

ଶୀର୍ଷକ ଆଲୋଚନା ଚକ୍ର : କରୋନା ପରବର୍ତ୍ତୀ ପଦକ୍ଷେପ ନେଇ ଗଣମାଧ୍ୟମର ଭୂମିକା

ଫୁଲବାଣୀ : ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀର କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଅନୁଷ୍ଠାନ ସେଭ୍ ଦି ଚିଲ୍ଡ୍ରେନ୍ ସହାୟତାରେ କରୋନା ବିରୋଧରେ ଲଢ଼େଇ ଓ ବାଲ୍ୟ ବିବାହ ବନ୍ଦ କରିବାରେ ଗଣମାଧ୍ୟମର ଭୂମିକା ସମ୍ପର୍କୀତ ଏକ ଆଲୋଚନା ଚକ୍ର ସ୍ୱେଚ୍ଚାସେବୀ ସଂଗଠନ ସ୍ୱାତୀର ସଂପାଦକ ଇଂ.ହରିଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସେଭ୍ ଦି ଚିଲ୍ଡ୍ରେନ୍ର ଆସିଷ୍ଟାଂଟ ମ୍ୟାନେଜର ମନୋଜ କୁମାର ମିଶ୍ର ମହାମାରୀ ସମୟରେ ଘଟୁଥିବା ବାଲ୍ୟ ବିବାହର ସମ୍ପାଦନା, ରୋଜଗାର ହରାଇବା ଭୟ ଓ ଦାରିଦ୍ର୍ୟତାକୁ କିପରି ଗାଁ ସ୍ତରରେ ଦୂରେଇ ଦିଆଯାଇପାରିବ ସେ ଉପରେ ଆଲୋକପାତ କରିଥିଲେ। ସ୍ୱାତୀର ଅଧ୍ୟକ୍ଷ ପ୍ରଶାନ୍ତ ଶତପଥି କୋଭିଡ୍ ସହ ଲଢ଼େଇ ଜାରି ରଖିବାକୁ ସମସ୍ତଙ୍କୁ ଉତ୍ସାହିତ କରିଥିବା ବେଳେ ଅନୁଷ୍ଠାନର କୋଷାଧ୍ୟକ୍ଷ ଶାନ୍ତନୁ କୁମାର ମିଶ୍ର କୋରୋନା ଭୂତାଣୁ ମନୁଷ୍ୟକୁ ବିଭିନ୍ନ ଶିକ୍ଷା ଦେବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଏକ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିବା ଉପରେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ସାମ୍ବାଦିକ ବଟକୃଷ୍ଣ ବିହାରୀ, ତ୍ରିନାଥ ସାହୁ, ସଦାଶିବ ପାତ୍ର ଓ ଅନ୍ୟମାନେ ଜିଲ୍ଲାରେ ଚାଲିଥିବା କୋଭିଡ୍ ନିୟନ୍ତ୍ରଣ ସମ୍ପର୍କରେ ତଥ୍ୟ ରଖିବା ସହ ଯତ୍ନହୀନତା ଭାବେ ଏଥିରେ ସଂକ୍ରମିତ ହୋଇ କିପରି ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରଦୀପ କୁମାର ସ୍ୱାଇଁ ପରିଚାଳନା କରିଥିବା ବେଳେ କ୍ଷେତ୍ର ସ୍ଥଳରୁ ଆସିଥିବା ଚାଇଲ୍ଡ ଚମ୍ପିଆନ୍ ଜଲି ନାୟକ, ଯମୁନା ପ୍ରଧାନ, ସସ୍ମିତା ସାହୁ ପ୍ରମୁଖ କୋଡିଡ୍-୧୯ ସମୟରେ କରିଥିବା କାର୍ଯ୍ୟକ୍ରମ ସଂପକ୍ରରେ ଉପସ୍ଥାପନା କରିଥିଲେ। ବୈଦ୍ୟନାଥ ଖଟୁଆ, ଅଶୋକ କୁମାର ତ୍ରିପାଠୀ, ବିଶ୍ୱରଞ୍ଜନ କର, ସର୍ବେଶ୍ୱର ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories