www.samajalive.in
Saturday, December 6, 2025
15.1 C
Bhubaneswar

ଜାଣନ୍ତୁ, ପାଦରେ ସୁନା ଧାରଣ ନ କରିବାର କାରଣ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ସୁନା ବୃହସ୍ପତି ଗ୍ରହକୁ ପ୍ରଭାବିତ କରିଥାଏ। ଏହାକୁ କେବଳ ସୌନ୍ଦର୍ଯ୍ୟ ବୃଦ୍ଧି ଓ ସଉକ ପାଇଁ ପିନ୍ଧିବା ଉଚିତ ନୁହେଁ। ନିଜର ଆବଶ୍ୟକ ଓ ଲାଭକୁ ଧ୍ୟାନରେ ରଖି ସୁନାକୁ ଧାରଣ କରିବା ଉଚିତ। ସୁନା ପିନ୍ଧିବା ଦ୍ବାରା ଆପଣଙ୍କୁ ଲାଭ ମିଳିଥାଏ ଓ ଧନ, ସମୃଦ୍ଧ ପ୍ରାପ୍ତି ହୋଇଥାଏ। ବେଳେବେଳେ ସୁନା ଆପଣଙ୍କୁ କିଛି କ୍ଷତି ପହଞ୍ଚାଇଥାଏ। କିନ୍ତୁ ଆପଣ ତାହାକୁ ଜାଣି ପାରନ୍ତି ନାହିଁ। ତେଣୁ ସୁନା ପିନ୍ଧିବା ପୂର୍ବରୁ ଯେକୌଣସି ପଣ୍ଡିତଙ୍କ ଠାରୁ ପରାମର୍ଶ ନିଅନ୍ତୁ।

ରାଶି ଅନୁଯାୟୀ ସୁନା ଧାରଣ :

- Advertisement -

ଆପଣଙ୍କ ରାଶି ମେଷ, କର୍କଟ, ସିଂହ ଓ ଧନୁ ହୋଇଥିଲେ ସୁନା ଧାରଣ କରିବା ସର୍ବୋତ୍ତମ ହୋଇଥାଏ। ବିଛା ଓ ମୀନ ରାଶିର ବ୍ୟକ୍ତି ସୁନା ଧାରଣ କରିବା ଦ୍ବାରା ମଧ୍ୟମ ଧରଣର ଫଳ ପ୍ରାପ୍ତି ହୋଇଥାଏ। ଏହା ବ୍ୟତୀତ ବୃଷ, ମିଥୁନ, କନ୍ୟା ଓ କୁମ୍ଭ ରାଶିର ବ୍ୟକ୍ତି ସୁନା ଧାରଣ କରିବା ଭଲ ନୁହେଁ। ତୁଳା ଓ ମକର ରାଶିର ବ୍ୟକ୍ତି ସୁନା କମ ଧାରଣ କରିବା ଉଚିତ।

ପାଦରେ ସୁନା ଧାରଣ କରିବା ଅନୁଚିତ୍ :

ସୁନାକୁ ଅତ୍ୟନ୍ତ ପବିତ୍ର କୁହାଯାଇଛି। ଏହାସହ ସୁନା ଅତ୍ୟନ୍ତ ମୂଲ୍ୟବାନ ମଧ୍ୟ ହୋଇଥାଏ। ସୁନା ଧାରଣ କରିବା ଦ୍ବାରା ଆପଣଙ୍କ ଭାଗ୍ୟର ଉନ୍ନତି ହୋଇଥାଏ। ତେଣୁ ସୁନା ପିନ୍ଧିବା ବେଳେ ଧ୍ୟାନର ସହ ଏହାକୁ ଧାରଣ କରିବା ଉଚିତ।

ସୁନାକୁ କେବେ ବି ପାଦରେ ପିନ୍ଧନ୍ତୁ ନାହିଁ। ଏହା ପବିତ୍ର ଧାତୁ ହୋଇଥିବାରୁ ତାହାର ପାଉଁଜି କିମ୍ବା ଗୋଡ ମୁଦି ଧାରଣ କରିବାକୁ ବାରଣ କରାଯାଇଛି। ଏହାଦ୍ବାରା ବୃହସ୍ପତି ଗ୍ରହ ପ୍ରଭାବିତ ହୋଇଥାଆନ୍ତି। ପାଦରେ ସୁନା ପିନ୍ଧିବା ଦ୍ବାରା ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

ଏହାସହ ଅଣ୍ଟାରେ କେବେ ବି ସୁନା ପିନ୍ଧନ୍ତୁ ନାହିଁ। ଅଣ୍ଟାରେ ସୁନା ଧାରଣ କରିବା ଦ୍ବାରା ପାଚନ ତନ୍ତ୍ରରେ ଖରାପ ପ୍ରଭାବ ପଡିଥାଏ। ଏହାଦ୍ବାରା ମହିଳାମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ତେଣୁ ସୁନା ଧାରଣ କରିବା ବେଳେ ସର୍ବଦା ଧ୍ୟାନ ଦେବା ଉଚିତ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories