www.samajalive.in
Saturday, December 6, 2025
23.1 C
Bhubaneswar

ମାଛପ୍ରେମୀ ସାବଧାନ! ବର୍ଷାଦିନେ ମାଛ ଖାଇବା ପୂର୍ବରୁ ଜାଣି ରଖନ୍ତୁ ଏସବୁ କଥା

ସାଧାରଣତଃ ମାଛ ଖାଇବାକୁ ଅଧିକାଂଶ ଲୋକ ଭଲପାଆନ୍ତି। କିନ୍ତୁ ବର୍ଷା ଋତୁରେ ମାଛ ଖାଇବା ପୂର୍ବରୁ ଥରୁଟିଏ ଭାବନ୍ତୁ। ମାଛପ୍ରେମୀ ଲୋକେ ଜାଣି ରଖିବା ଉଚିତ ଯେ, ବର୍ଷା ଋତୁରେ ମାଛ ଖାଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହୋଇଥାଏ। ଆଜି ଆମେ ଆପଣଙ୍କୁ ବର୍ଷାଦିନରେ କାହିଁକି ମାଛ ଖାଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସେ ବିଷୟରେ ଜଣାଇବୁ।

ବର୍ଷାଋତୁ ମାଛମାନଙ୍କର ପ୍ରଜନନର ଋତୁ :
ବର୍ଷାଋତୁ ମାଛ ଏବଂ ଅନ୍ୟ ସାମୁଦ୍ରିକ ଜୀବଙ୍କର ପ୍ରଜନନ ଋତୁ ହୋଇଥାଏ। ଏହି କାରଣକୁ ନେଇ ମଞ୍ଜି ଥିବା ମାଛକୁ ଖାଇବା ଯୋଗୁଁ ବ୍ୟକ୍ତିର ପେଟ ମଧ୍ୟରେ ସଂକ୍ରମଣ ହେବା ସହିତ ଫୁଡ୍‌ ପଏଜନିଙ୍ଗ ସମସ୍ୟା ମଧ୍ୟ ଦେଖାଦେଇଥାଏ।

- Advertisement -

ପ୍ରଦୂଷିତ ପାଣି :
ବର୍ଷାଦିନରେ ଜଳ ପ୍ରଦୂଷଣର ଆଶଙ୍କା ବଢ଼ିଯାଇଥାଏ। ଏହି କାରଣକୁ ନେଇ ମାଛ ଶରୀରରେ ମଇଳା ଜମି ରହିଥାଏ, ଯାହାକି ପାଣିରେ ଧୋଇବା ପରେ ବି ପରିଷ୍କାର ହୋଇ ନ ଥାଏ। ଏହା ଖାଇବା ଦ୍ୱାରା ବ୍ୟକ୍ତିକୁ ଟାଇଫଏଡ୍‌, ପିଲିୟା ଏବଂ ଡ଼ାଇରିଆ ଭଳି ଭୟାନକ ରୋଗ ମାଡ଼ି ବସିଥାଏ।

ବଜାରରେ ମିଳେ ନାହିଁ ତଟକା ମାଛ:
ଏହି ସମୟରେ ମାଛ ଧରା ପ୍ରାୟତଃ କମ୍‌ ହୋଇଥାଏ । କାରଣ ପାଣିର ଗଭୀରତା ଅଧିକ ହୋଇଥିବା ହେତୁ ଏହି ଦିନମାନଙ୍କରେ ମାଛ ମିଳିବା ଟିକିଏ କଷ୍ଟ ହୋଇପଡ଼େ। ଯେଉଁ କାରଣକୁ ନେଇ ପୂର୍ବରୁ କୋଲ୍ଡ ଷ୍ଟୋରରେ ରହିଥିବା ମାଛକୁ ବଜାରକୁ ଆସିଥାଏ। ଏହା ସଂକ୍ରମଣ ଆଶଙ୍କା ସୃଷ୍ଟି କରିଥାଏ।

ମାଛରେ ପ୍ରିଜର୍ଭେଟିଭର ବ୍ୟବହାର:
ବର୍ଷା ଋତୁରେ ମାଛମାନଙ୍କଠାରେ ବ୍ୟାକ୍ଟେରିଆ ଏବଂ ୟିଷ୍ଟ୍‍ ଠାରୁ ବଂଚାଇବା ଲାଗି ସଲ୍ଫାଟେସ ଏବଂ ପୋଲିଫୋସ୍ପାଟେସ ଭଳି ପ୍ରିଜର୍ଭେଟିଭ୍‌ର ବ୍ୟବହାର କରାଯାଇଥାଏ। ପ୍ରିଜର୍ଭେଟିଭ୍‌ ଦିଆ ମାଛ ଖାଇବା ଯୋଗୁଁ ବ୍ୟକ୍ତିକୁ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ହେବା ସହ ହୃଦରୋଗ ଭଳି ଗମ୍ଭୀର ସମସ୍ୟା ହେବାର ଆଶଙ୍କା ରହିଥାଏ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories