ମକା ଖାଇବା ପରେ ପାଣି ପିଅନ୍ତୁ ନାହିଁ – ଜାଣନ୍ତୁ କାହିଁକି

ଆପଣଙ୍କୁ ମକା ଖାଇବାକୁ ପସନ୍ଦ କି? ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ
ମକା ଖାଇବାକୁ ସଭିଁଙ୍କୁ ବେଶ ପସନ୍ଦ । ବର୍ଷା ଦିନର ଆରମ୍ଭ ହେବା ପରେ ଦୋକାନ ବଜାରରେ ବିକ୍ରି ହେଉଥିବା ମକା ଠେଲା ଗାଡି଼ରେ ନିକଟରେ ଲୋକଙ୍କ ବେଶ ଭିଡ଼ ମଧ୍ୟ ଜମିଥାଏ । ଏହାକୁ କୋଇଲା ଆଞ୍ଚରେ ସେକିକି ହେଉ ଅଥବା ପାଣିରେ ସିଝାଇ ହେଉ ଏହାର ସ୍ୱାଦ ସଭିଁଙ୍କୁ ଖୁବ ଭଲ ଲାଗିଥାଏ । ମକା ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ । ମାତ୍ର ଏହାକୁ ଖାଇବା ପରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ ତାହା ହୁଏତ ସଭିଏଁ ଜାଣି ନଥିବେ । ଜାଣନ୍ତୁ ସେ ବିଷୟରେ….
ବହୁ ଲୋକେ ମକା ଖାଇବା ପରେ ପାଣି ପିଇଥାଆନ୍ତି । ମାତ୍ର ଏପରି କରିବା ସ୍ୱାସ୍ଥ୍ୟ ପାଇଁ ଖୁବ କ୍ଷତିକାରକ । ମକା ଖାଇ ପାଣି ପିଇବା ଦ୍ୱାରା ଏହି କ୍ଷତି ହୋଇଥାଏ –
ମକା ଖାଇବା ପରେ ପାଣି ପିଇବା ଦ୍ୱାରା ମକାରେ ଥିବା ପୋଷକ ତତ୍ତ୍ୱ ପାଣିରେ ମିଶିବା ପରେ ପେଟ ଫୁଲିବା ଭଳି ଅନୁଭବ ହେବା ସହ ପେଟ ଯନ୍ତ୍ରଣା ହୋଇଥାଏ । ଏସିଡ଼ିଟି ବଦହଜମି ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଏପରି ହେବାର କାରଣ ହେଉଛି ମକା ଖାଇ ପାଣି ପିଇବା ଦ୍ୱାରା ଏହାର କୁପ୍ରଭାବ ଆମ ପାଚନ କ୍ରିୟା ଉପରେ ପଡ଼ିଥାଏ । ପାଚନ ତନ୍ତ୍ର ସଠିକ ଭାବେ କାର୍ଯ୍ୟ କରିବାକୁ ସମର୍ଥ ହୋଇପାରେ ନାହିଁ । ଫଳରେ ପେଟ ଜନିତ ଏହି ସମସ୍ୟା ସୃଷ୍ଟି ହୁଏ ।
ମକା ଖାଇବା ପରେ ୪୫ ମିନିଟ ଯାଏଁ ପାଣି ପିଅନ୍ତୁ ନାହିଁ ।

prayash

ଜାଣନ୍ତୁ କେଉଁ କାରଣରୁ ପାଦରେ କଳାରଙ୍ଗ ସୂତା ପରିଧାନ କରାଯାଏ
ବହୁ ସମୟରେ ଆମେ ନିଜ ଆଖପାଖରେ ଏପରି କେତେକ ଲୋକଙ୍କୁ ଦେଖିଥାଉ ଯେ କି ପାଦରେ କଳା ସୂତା ପିନ୍ଧିଥାଆନ୍ତି । ଏହି କଳାସୂତାକୁ ପିନ୍ଧିବାକୁ କିଛି ଲୋକଙ୍କୁ ପସନ୍ଦ ହେଉଥିବାରୁ ସେମାନେ ଏହାକୁ ପିନ୍ଧିଥାଆନ୍ତି ବୋଲି ମଧ୍ୟ କହିଥାଆନ୍ତି । ଏତଦ ବ୍ୟତୀତ କିଛି ଏହାକୁ ଆବଶ୍ୟକତା ଦୃଷ୍ଟିରୁ ପିନ୍ଧି ଥାଆନ୍ତି । ଏହି କଳାସୂତାର ଖୁବ ମହତ୍ତ୍ୱ ଆମ ଜୀବନରେ ରହିଛି । ମାତ୍ର ଏହି ମହତ୍ତ୍ୱ ବିଷୟରେ ସଭିଏଁ ହୁଏତ ଜାଣି ନଥିବେ ।
ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଯଦି କୌଣସି ବ୍ୟକ୍ତି ନିଜ ଡ଼ାହାଣ ପାଦରେ କଳାସୂତା ପରିଧାନ କରେ, ତେବେ ଗୃହରେ ମା’ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ମା’ଙ୍କ କୃପା ସର୍ବଦା ତା’ଉପରେ ରହିଥାଏ ।
ଯଦି ଆପଣଙ୍କ ଘରେ ଧନସମ୍ପତ୍ତି ଜନିତ ସମସ୍ୟା ଲାଗି ରହୁଥାଏ, ତେବେ ମଙ୍ଗଳବାର ଦିନ ନିଜ ଡ଼ାହାଣ ପାଦରେ କଳାରଙ୍ଗର ସୂତା ପିନ୍ଧନ୍ତୁ ।
କିଛି ଲୋକଙ୍କର ପେଟ ଜନିତ ଯନ୍ତ୍ରଣା ଲାଗି ରହିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ନିଜ ପାଦର ବୁଢା ଆଙ୍ଗୁଠିରେ କଳାରଙ୍ଗ ସୂତା ପିନ୍ଧନ୍ତୁ । ଏହି ସମସ୍ୟା ନିଶ୍ଚୟ ଦୂର ହେବ ।
କଳାରଙ୍ଗର ସୂତା ପିନ୍ଧିବା ଦ୍ୱାରା ଏହା ଆପଣଙ୍କୁ ସର୍ବଦା କୁଦୃଷ୍ଟିରୁ ରକ୍ଷା କରିଥାଏ ।

Comments are closed.