www.samajalive.in
Sunday, December 14, 2025
14.1 C
Bhubaneswar

ବରଗଡ଼-ନୂଆପଡ଼ା ନୂତନ ରେଲୱେ ଲାଇନ ଅନୁମୋଦନ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମ୍ବର୍ଦ୍ଧନା

ଡେସ୍କ: ବରଗଡରୁ ନୂଆଁପଡ଼ା ପର୍ଯ୍ୟନ୍ତ ନୂତନ ରେଲୱେ ଲାଇନକୁ ଅନୁମୋଦନ କରିଥିବାରୁ ନୂଆଦିଲ୍ଲୀ ରେଲୱେ ଭବନରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପଦ୍ମପୁର ଓ ନୂଆପଡ଼ାବାସୀଙ୍କ ତରଫରୁ ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ, ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ବିଜେପି ବରିଷ୍ଠ ନେତୃମଣ୍ଡଳୀ ଗୋବର୍ଦ୍ଧନ ଅଗ୍ରୱାଲ, ପ୍ରୀତେଶ ବହିଦାର, ସରୋଜ ପାଣିଗ୍ରାହୀ, ସରୋଜ ସାମଲ, ମଦନ ମୋହନ ପଟେଲ, ଡା. ଲମ୍ବୋଦର ପଣ୍ଡା, ଡା ଶ୍ରୀକାନ୍ତ ପାଣିଗ୍ରାହୀ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବା ସହ ଅଂଚଳବାସୀଙ୍କ ତରଫରୁ ଧନ୍ୟବାଦ ଦେଇଥିଲେ। ତୁରନ୍ତ ଯେଭଳି ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ ସେଥିପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିବାବେଳେ ପ୍ରାଥମିକତା ଦିଆଯାଇ ବହୁ ଶୀଘ୍ର ଏହି ନିର୍ମାଣ କାର୍ଯ୍ୟ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ନିର୍ଭର ପ୍ରତିଶ୍ରୁତି ଦେଇଥିବାର ଶ୍ରୀ ପୁରୋହିତ ସୂଚନା ଦେଇଛନ୍ତି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories