www.samajalive.in
Friday, December 5, 2025
20.1 C
Bhubaneswar

ଆମେରିକା କଲେଜରୁ ଉତ୍ତୀର୍ଣ୍ଣ ବିଦେଶୀ ଛାତ୍ରଙ୍କୁ ମିଳିବ ଗ୍ରୀନ କାର୍ଡ: ଟ୍ରମ୍ପ

ନ୍ୟୁୟର୍କ: ଆମେରିକୀୟ କଲେଜଗୁଡିକରୁ ଗ୍ରାଜୁଏସନ୍‌ କରୁଥିବା ବିଦେଶୀ ଛାତ୍ର ଛାତ୍ରୀଙ୍କୁ ଗ୍ରୀନ୍‌ କାର୍ଡ ପ୍ରଦାନ କରିବାକୁ ଦେଶର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ପ୍ରତିଶ୍ରୁତି ଦେଇଛନ୍ତି। ଦେଶରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପ ଏଭଳି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ସେ ରାଷ୍ଟ୍ରପତି ଥିବା ସମୟରେ ଉଚ୍ଚ କୁଶଳୀ ଏବଂ ଛାତ୍ରମାନଙ୍କ ନିମନ୍ତେ କଟକଣା ଜାରି କରିଥିଲେ। ସେହି ସମୟରେ ସେ ଆମେରିକୀୟଙ୍କୁ ପରାମର୍ଶ ଦେଇ କେବଳ ଆମେରିକୀୟ ସାମଗ୍ରୀ ଖରିଦ କରିବା ଏବଂ ଆମେରିକୀୟଙ୍କୁ ନିଯୁକ୍ତି ଦେବାକୁ ଆହ୍ବାନ ଦେଇଥିଲେ। ଏବେ ସେ ଉକ୍ତ ନିଷ୍ପତ୍ତିର ସମ୍ପୂର୍ଣ୍ଣ ବିପରୀତ ଘୋଷଣା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ କହିଛନ୍ତି, ଆମେରିକା ଅର୍ଥନୀତିକୁ ସମର୍ଥନ କରିବା ନିମନ୍ତେ ପ୍ରତିଭାମାନଙ୍କୁ ରଖିବାକୁ ହେବ ଏବଂ ଆମେରିକାର ଯେକୋୖଣସି କଲେଜରୁ ଉତ୍ତୀର୍ଣ୍ଣ ହେଉଥିବା ବିଦେଶୀ ଛାତ୍ରଙ୍କୁ ଆପେ ଆପେ ଗ୍ରୀନ୍‌ କାର୍ଡ ପ୍ରଦାନ କରାଯିବା ଉଚିତ। ସମସ୍ତ କମ୍ୟୁନିଷ୍ଟ, ମୋୖଳବାଦୀ ଇସଲାମିକ, ହମାସ ସମର୍ଥକ, ଆମେରିକାକୁ ଘୃଣା କରୁଥିବା ଲୋକ ଏବଂ ଅଭିଯୋଗ ଥିବା ବ୍ୟକ୍ତିଙ୍କୁ ବାଦ୍‌ଦେଇ ଅନ୍ୟ ସମସ୍ତ ଉଚ୍ଚ କୁଶଳୀ ଛାତ୍ରଙ୍କ ନିମନ୍ତେ ଏହି ଯୋଜନା ପ୍ରଯୁଜ୍ୟ ହେବ ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories