www.samajalive.in
Monday, December 15, 2025
27.1 C
Bhubaneswar

ପୋଷା ପିଟ୍‌ବୁଲ୍‌ ବ୍ୟକ୍ତିଙ୍କ ସମ୍ବେଦନଶୀଳ ଅଙ୍ଗକୁ କାମୁଡିବା ଦେବା ପରେ ଲୋକେ ପିଟି ପିଟି କୁକୁରକୁ ମାରିଦେଲେ

କରନଲ୍‌ – -ହରିୟାନାର କରନଲ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି, ପିଟ୍‌ବୁଲ୍‌ କୁକୁର ହିଂସ୍ର ହୋଇଥିବାରୁ ସରକାର ଏହି କୁକୁର ପାଳିବା ପାଇଁ କେତକ କଟକଣା ଜାରି କରିଛନ୍ତି । । ଜମିରେ କାମ କରୁଥିବା ଜଣେ ୩୦ ବର୍ଷିୟ ବ୍ୟକ୍ତିଙ୍କୁ ଏକ ପୋଷା ପିଟ୍‌ ବୁଲ୍‌ କୁକୁର ଆକ୍ରମଣ କରିଥିଲା । ପିଟ୍‌ବୁଲ୍‌ କୁକୁର ଏହି ବ୍ୟକ୍ତିଙ୍କର ସମ୍ବେଦନଶୀଳ ଅଂଶକୁ କାମୁଡି ସହ ଏକ ପ୍ରକାର ଛିଣ୍ଡାଇ ଦେଇଥିଲା । ସେଠାରେ ଥିବା ଲୋକମାନେ ବହୁ କଷ୍ଟରେ ବ୍ୟକ୍ତି ଜଣଙ୍କୁ କୁକୁର କବଳରୁ ଉଦ୍ଧାର କରିଥିଲେ । କୁକୁରକୁ ଠେଙ୍ଗାରେ ପିଟିବାରୁ ସେ ବ୍ୟକ୍ତିଙ୍କୁ ଛାଡିଥିଲା ।

ସେଠାରେ ଉପସ୍ଥିତ ଥିବା ଲୋକମାନେ ବ୍ୟକ୍ତିଙ୍କର ଗୁରୁତର ଅବସ୍ଥା ଦେଖି କୁକୁରକୁ ଠେଙ୍ଗାରେ ପିଟି ପିଟି ମାରିଦେଇଥିଲେ । ଯୁବକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ହରିୟାନା କରନାଲ୍‌ର ବିଜନା ଗାଁ ନିକଟରେ ୩୦ ବର୍ଷିୟ ଯୁବକ ଜଣ ଖେତରେ କାମ କରୁଥିଲେ । ଏହି ସମୟରେ ପିଟବୁଲ୍‌ କୁକୁରଟି ଅଚାନକ ତାଙ୍କୁ ଆକ୍ରମଣ କରିଥିଲା । ସେ କିଛି ବୁଝିବା ପୂର୍ବରୁ ତାଙ୍କର ସମ୍ବେଦନଶୀଳ ଅଙ୍ଗକୁ କାମୁଡି ଧରି ଥିଲା । ଯୁବକ ଜଣଙ୍କ ଚିତ୍କାର କରୁଥିଲେ ।

- Advertisement -

ପାଖରେ କାମ କରୁଥିବା ଲୋକମାନେ ଦୌଡି ଆସି କୁକୁରକୁ ଠେଙ୍ଗାରେ ପିଟିଥିଲେ । ବହୁ କଷ୍ଟରେ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଲୋକଙ୍କ ଠେଙ୍ଗା ମାଡରେ କୁକୁର ମୃତ୍ୟୁ ହୋଇଛି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories