www.samajalive.in
Saturday, December 6, 2025
15.1 C
Bhubaneswar

ପୋଷା ଜନ୍ତୁଙ୍କୁ କରୋନା ଟିକା ଆବଶ୍ୟକ କି ? ଜାଣନ୍ତୁ, କ’ଣ କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ

କେବଳ ମାନବ ସମାଜ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇନାହିଁ, ଜୀବଜନ୍ତୁ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଅନେକ ଦେଶରେ ପୋଷା କୁକୁର, ବିଲେଇ, ଏପରି କି ଚିଡ଼ିଆ ଖାନାରେ ବାଘଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଗୋଟିଏ ପଶୁଠୁ ଅନ୍ୟ ପଶୁକୁ ସଂକ୍ରମଣ ବ୍ୟାପୁଛି।

- Advertisement -

ପାଶ୍ଚାତ୍ୟ ଦେଶରେ ଲୋକମାନେ ବିଲେଇ, କୁକୁର ପାଳନ କରିବାର ଟ୍ରେଣ୍ଡ ରହିଛି। ଏଥିପାଇଁ ସେମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ମଧ୍ୟ କରନ୍ତି। ଭାରତରେ ବି ଅନେକ ଲୋକ ଅଛନ୍ତି, ଯିଏ କୁକୁର, ବିଲେଇଙ୍କୁ ପାଳନ୍ତି। କିନ୍ତୁ କରୋନା ଭୂତାଣୁ ଯୋଗୁ ଏହି ପଶୁ ପ୍ରେମୀମାନେ ଚିନ୍ତାରେ ପଡ଼ିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ମଣିଷଙ୍କ ପାଇଁ ସିନା ଟିକା ପ୍ରସ୍ତୁତ ହୋଇଛି, ହେଲେ ଜୀବଜନ୍ତୁଙ୍କ ପାଇଁ ଟିକାର ଆବଶ୍ୟକତା ରହିଛି କି ? ସେମାନଙ୍କୁ ଟିକା ଦିଆଯିବା ଦରକାର କି ? ତେବେ ଏ ସମ୍ପର୍କରେ କ’ଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ, ଆସନ୍ତୁ ଜାଣିବା।

ଇକୋ ହେଲ୍‌ଥ ଆଲିଆନ୍ସର ଏକ୍‌ଜିକ୍ୟୁଟିଭ୍‌ ଭାଇସ ପ୍ରେସିଡେଣ୍ଟ ୱିଲିଅମ କାରେଶ କୁହନ୍ତି, ବର୍ତ୍ତମାନ ସୁଦ୍ଧା କେତେ କୁକୁର ଏବଂ ବିଲେଇ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଯଦିଓ ଯେଉଁ ହାରରେ ମଣିଷ ସଂକ୍ରମିତ ହେଉଛନ୍ତି, ସେହି ହାରରେ ଜୀବଜନ୍ତୁ ସଂକ୍ରମିତ ହୋଇଥାଇପାରନ୍ତି, ତେବେ ସେମାନଙ୍କଠାରେ ଦେଖାଯାଉଥିବା ଲକ୍ଷଣ ଅତି ସାମାନ୍ୟ। ଏହା ସହିତ ମଣିଷଙ୍କୁ ସଂକ୍ରମଣ ଡେଇଁବାରେ ବିଲେଇ ଏବଂ କୁକୁରୁମାନଙ୍କର କୌଣସି ଭୂମିକା ନାହିଁ। ତେଣୁ ଜନସ୍ବାସ୍ଥ୍ୟ ଦୃଷ୍ଟିରୁ ଜୀବଜନ୍ତୁଙ୍କ ପାଇଁ କରୋନା ଟିକାର ଆବଶ୍ୟକତା ନାହିଁ ବୋଲି କାରେଶ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories