www.samajalive.in
Sunday, December 14, 2025
23.1 C
Bhubaneswar

ନବୀନଙ୍କୁ ଭେଟିଲେ ଡିଏମକେ ନେତା, ସୀମା ପୁନଃ ନିର୍ଦ୍ଧାରଣର ସ୍ବତନ୍ତ୍ର ବୈଠକକୁ କଲେ ନିମନ୍ତ୍ରଣ

ଭୁବନେଶ୍ଵର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଡିଏମକେ ପ୍ରତିନିଧି। ଡିଏମକେ ସାଂସଦ ଦୟାନିଧି ମାରନ୍ ଓ ତାମିଲନାଡ଼ୁ ଶିଳ୍ପ ମନ୍ତ୍ରୀ ଟିଆରବି ରାଜା ମଙ୍ଗଳବାର ନବୀନ ନିବାସରେ ନବୀନ ପଟ୍ଟନାୟଙ୍କୁ ଭେଟିଛନ୍ତି ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ପକ୍ଷରୁ ଡିଲିମିଟେସନ ବା ସୀମା ପୁନଃ ନିର୍ଦ୍ଧାରଣର ସ୍ବତନ୍ତ୍ର ବୈଠକରେ ଯୋଗ ଦେବାକୁ ତାଙ୍କୁ ନିମନ୍ତ୍ରଣ କରିଛନ୍ତି। ଆସନ୍ତା ୨୬ ତାରିଖରେ ଚେନ୍ନଇରେ ଏହି ସ୍ବତନ୍ତ୍ର ବୈଠକ ବସିବ। ଏହି ଅବସରରେ ବୈଠକ ପ୍ରତି ନବୀନ ତାଙ୍କର ସମର୍ଥନ ଜଣାଇଛନ୍ତି। ନବୀନ ବୈଠକରେ ସାମିଲ ହେବା ନେଇ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଦୟାନିଧି ମାରନ।

ନବୀନଙ୍କ ସହ ସାକ୍ଷାତ ପରେ ଡିଏମକେ ସାଂସଦ ଦୟାନିଧି ମାରନ୍ କହିଛନ୍ତି, ୨୦୨୬ ମସିହାରେ ସୀମା ପୁନଃ ନିର୍ଦ୍ଧାରଣ ହେବାକୁ ଯାଉଛି। ଏହା ଆମ ରାଜ୍ୟମାନଙ୍କ ପାଇଁ ଭଲ ନୁହେଁ। ୭ଟି ରାଜ୍ୟ ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଓଡ଼ିଶା, ପଞ୍ଜାବ ଏହାଦ୍ଵାରା ସିଧାସଳଖ ପ୍ରଭାବିତ ହେବେ। ତେଣୁ ଏହା ବିରୋଧରେ କ୍ଷତିଗ୍ରସ୍ତ ହେବାକୁ ଥିବା ୭ଟି ରାଜ୍ୟ ବୈଠକରେ ଆଲୋଚନା କରିବେ ବୋଲି ସେ କହିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories