www.samajalive.in
Saturday, December 6, 2025
23.1 C
Bhubaneswar

ଦୀପାବଳିରେ ଏସବୁ କରନ୍ତୁ ଦାନ : ଦୂର ହେବ ଟଙ୍କା ଅଭାବ

ହିନ୍ଦୁ ଧର୍ମରେ ଦୀପାବଳି ପର୍ବକୁ ବେଶ ଧୁମଧାମରେ ପାଳନ କରାଯାଏ। ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସର ଅମାବାସ୍ୟା ଦିନ ଏହା ପାଳନ କରାଯାଏ। ମାନ୍ୟତା ଅନୁଯାୟୀ, ଏହି ଦିନ ଭଗବାନ ଶ୍ରୀରାମ ୧୪ ବର୍ଷ ବନବାସ ଶେଷ କରି ଅଯୋଧ୍ୟା ଫେରିଥିଲେ। ସେହି ଖୁସିରେ ନଗର ବାସୀ ଦୀପ ଜଳାଇ ତାଙ୍କ ସ୍ୱାଗତ କରିଥିଲେ। ସଭିଁଙ୍କ ପାଇଁ ଦୀପାବଳି ପର୍ବ ଖୁବ ମହତ୍ତ୍ୱପୂର୍ଣ୍ଣ। ଏହି ଦିନ ଶୀଘ୍ର ଉଠି ପରିବାର ସହ ପୂଜାର୍ଚ୍ଚନା କରିବା ସହ ଗୁରୁଜନଙ୍କୁ ପ୍ରଣାମ କରାଯାଏ। ଏହାସହ ଏହି ଦିନ ଭଗବାନ ଗଣେଶ ଓ ମା’ଲକ୍ଷ୍ମୀଙ୍କର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ।
ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ଦିନ ସଠିକ ଭାବେ ପୂଜା କରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ଚଳିତ ବର୍ଷ ଦୀପାବଳି ୧୨ ନଭେମ୍ବରରେ ପାଳନ ହେବ। ଏହି ଦିନ ଦାନ କରିବା ଖୁବ ଶୁଭଙ୍କର ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଜାଣନ୍ତୁ କ’ଣ କରିବେ ଦାନ..

ଦୀପାବଳି ଦିନ ଅନ୍ନ ଦାନ କରିବା ଦ୍ୱାରା ବ୍ୟକ୍ତିଙ୍କ ମନସ୍କାମନା ପୂରଣ ହୋଇଥାଏ। ଏହାସହ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ।
ଦୀପାବଳି ଦିନ ଅସହାୟଙ୍କୁ ବସ୍ତ୍ର ଦାନ କରନ୍ତୁ। ଏହାଦ୍ୱାରା ଭାଗ୍ୟ ଚମକିଥାଏ। ବସ୍ତ୍ର ଦାନ କରିବା ଦ୍ୱାରା ଦେବୀ ଦେବତା ପ୍ରସନ୍ନ ହୋଇଥାଆନ୍ତି।
ଘରର ସଦସ୍ୟଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଓ ରୋଗରୁ ଦୂରେଇ ରହିବା ପାଇଁ ଦୀପାବଳି ଦିନ ଫଳ ଦାନ କରନ୍ତୁ। ଏହାଦ୍ୱାରା ଶୁଭଫଳ ମିଳିଥାଏ।
ପାଣି ଦାନ କରିବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ।
ଦୀପାବଳି ଦିନ ଝାଡୁ ଦାନ କରିବା ଦ୍ୱାରା ଜୀବନରେ ଥିବା ଅନେକ କଷ୍ଟରୁ ମୁକ୍ତି ମିଳିଥାଏ। ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories