www.samajalive.in
Sunday, December 7, 2025
13.1 C
Bhubaneswar

ବୌଦ୍ଧରେ ଜିଲାସ୍ତରୀୟ ବ୍ୟାଡ୍‌‌ମିଣ୍ଟନ ଟୁର୍ନାମେଣ୍ଟ ଉଦଘାଟିତ

ବୌଦ୍ଧ: ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ଓ ବୌଦ୍ଧ ବ୍ୟାଡମିଣ୍ଟନ ଆସୋସିଏସନର ମିଳିତ ଉଦ୍ୟମରେ ବୌଦ୍ଧ ଇନଡୋର ଷ୍ଟାଡିୟମଠାରେ ଶନିବାର ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଉଦଘାଟିତ ହୋଇଛି। ବୌଦ୍ଧ ବ୍ୟାଡମିଣ୍ଟନ ଆସୋସିଏସନ ସଭାପତି ଜୁଲିୟସ ସିଜର ମହାକୁଲ, କାର୍ୟ୍ୟକାରୀ ସମ୍ପାଦକ ସୁନ୍ଦର ପ୍ରକାଶ, କୋଷାଧ୍ୟକ୍ଷ୍ୟ ଆଲୋକ ରଥ ଓ ବରିଷ୍ଠ ସଦସ୍ୟ ଇଂ.ପରେଶ କୁମାର ବେହେରା ଅତିଥିଭାବେ ଯୋଗଦେଇ ଟୁର୍ନାମେଣ୍ଟ କୁ ଉଦଘାଟନ କରିଥିଲେ। ଟୁର୍ଣ୍ଣାମେଣ୍ଟ ଦୁଇ ଦିନ ଧରି ହେବାକୁ ଥିବାବେଳେ ଏକକ ବର୍ଗରେ ଓ ଯୁଗଳ ବର୍ଗରେ ସମୁଦାୟ ୫୦ ଖେଳାଳି ଭାଗ ନେଇଛନ୍ତି। ପ୍ରଥମ ଦିନର ଖେଳକୁ ଓଡ଼ିଶା ବ୍ୟାଡମିଣ୍ଟନ ଆସୋସିସନ ମାନ୍ୟତା ପ୍ରାପ୍ତ ଟେକନିକାଲ ଅଫିସର ବଦ୍ରିନାରାୟଣ ମିଶ୍ର, ସୁବ୍ରତ କୁମାର ପୁରୋହିତ, ବିବେକାନନ୍ଦ କର୍ଣ୍ଣ, ଡ. ମନରଂଜନ ମହାକୁଡ ପରିଚାଳନା କରିଥିଲେ। ରବିବାର ଟୁର୍ନାମେଣ୍ଟ ଉଦଯାପିତ ହେବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories