BJD Bijuli 480×75 Mob

ଜିଲ୍ଲା ଦକ୍ଷତା ବିକାଶ ମିଶନ ବୈଠକ

BJD Bijuli 480×75 Mob

ବୌଦ୍ଧ : ଜିଲ୍ଲାପାଳଙ୍କ ବୌଦ୍ଧ  ସମ୍ମିଳନୀ କକ୍ଷରେ ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଦକ୍ଷତା ବିକାଶ ମିଶନ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ଜ଼ିଲ୍ଲାସ୍ତରୀୟ ଅଧିକାରୀମାନେ ଏବଂ ବୌଦ୍ଧ ଡିସଟିଲାରି ଶିଳ୍ପ ସଂସ୍ଥାର ଏଚଆର ଯୋଗଦେଇ ଥିଲେ ଓ ବୈଠକରେ ଜିଲ୍ଲା ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାଏକ, ରାଜ୍ୟ ସରକାରଙ୍କ ଦ୍ୱାରା ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ନୂତନ ଉନ୍ନତ ଅଭିଳାଷ (ନୂଆ) ଓଡିଶା ଯୋଜନା ବିଷୟରେ ସୂଚନା ପ୍ରଦାନ କରିଥିଲେ। ଏହା ରାଜ୍ୟରେ ଯୁବକ ଯୁବତୀ ମାନଙ୍କର ଦକ୍ଷତା ବିକାଶ ବୃଦ୍ଧି ସହିତ ସେମାଙ୍କର ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ରେ ବିଶେଷ ସହାୟକ ହେବ ଓ ଜିଲ୍ଲାରେ ଥିବା ବୟନ ଶିଳ୍ପ ଓ ହସ୍ତକଳା କ୍ଷେତ୍ରରେ କିଭଳି ଦକ୍ଷତା ବିକାଶ ହୋଇପାରିବ ତାହା ଉପରେ ଜ଼ିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ। ନୂତନ ଉନ୍ନତ ଅଭିଳାଷକୁ ଜିଲ୍ଲାରେ ସୁଚାରୁ ରୂପେ କାର୍ଯ୍ୟକାରୀ କରିବାପାଇଁ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।

Comments are closed.