www.samajalive.in
Sunday, December 7, 2025
26.1 C
Bhubaneswar

ବିଜେପିରେ ମିଶିଲେ କର୍ଣ୍ଣାଟକର ୧୬ ବିଦ୍ରୋହୀ ବିଧାୟକ, ୧୩ ଜଣଙ୍କୁ ଉପନିର୍ବାଚନ ଟିକେଟ

ନୂଆଦିଲ୍ଲୀ: କର୍ଣ୍ଣାଟକର କଂଗ୍ରେସ-ଜେଡିଏସ ସରକାର ଭାଙ୍ଗିବାରେ ମଙ୍ଗ ଧରି ଅଯୋଗ୍ୟ ଘୋଷିତ ହୋଇଥିବା ୧୭ ବିଧାୟକଙ୍କ ମଧ୍ୟରୁ ୧୬ ଜଣ ଶେଷରେ ବିଜେପିରେ ସାମିଲ ହୋଇଛନ୍ତି। ବୁଧବାର ସେମାନେ ବିଜେପିରେ ମିଶିଥିବାବେଳେ ଗୁରୁବାର ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ ଉପନିର୍ବାଚନ ପାଇଁ ଟିକେଟ ଦିଆଯାଇଛି।

ଆସନ୍ତା ଡିସେମ୍ବର ୫ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ କଂଗ୍ରେସ ଏବଂ ଜେଡିଏସର ଏହି ବିଦ୍ରୋହୀ ବିଧାୟକମାନେ ବିଜେପିରେ ଯୋଗଦେଇଛନ୍ତି। ବୁଧବାର ସକାଳେ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା ସେମାନଙ୍କୁ ଦଳକୁ ସ୍ବାଗତ କରିଛନ୍ତି। ଏହି ବିଧାୟକମାନେ ଭବିଷ୍ୟତର ବିଧାୟକ ଏବଂ ମନ୍ତ୍ରୀ ବୋଲି ଏହି ଅବସରରେ ୟେଦୁରପ୍ପା କହିଛନ୍ତି। ୧୭ ବିଦ୍ରୋହୀ ବିଧାୟକଙ୍କ ତ୍ୟାଗ ଏବଂ ସେମାନେ ବିଧାୟକ ଓ ମନ୍ତ୍ରୀ ପଦ ଛାଡ଼ିବାରୁ ମୁଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାରେ ସକ୍ଷମ ହୋଇଛି ବୋଲି ୟେଦୁରପ୍ପା କହିଛନ୍ତି।

- Advertisement -

ବିଜେପିରେ ସାମିଲ ହୋଇ ଉପନିର୍ବାଚନ ଟିକେଟ ପାଇଥିବା କଂଗ୍ରେସର ଅଯୋଗ୍ୟ ବିଧାୟକମାନେ ହେଲେ ମହେଶ କୁମାତାଲି, ଶ୍ରୀମନ୍ଥଗୌଡ଼ ପାଟିଲ, ରମେଶ ଜରକିହୋଲି, ଶିବରାମ ହେବର, ବି.ସି. ପାଟିଲ, ଆନନ୍ଦ ସିଂହ, କେ. ସୁଧାକର, ବାଇରାତି ବସୱାରାଜ, ଏସ. ଟି. ଶୋମସେକର ଏବଂ ଏମଟିବି ନାଗରାଜ। ସେହିପରି ବିଜେପିରୁ ଟିକେଟ ପାଇଥିବା ଜେଡିଏସର ବିଦ୍ରୋହୀ ବିଧାୟକମାନେ ହେଲେ କେ. ଗୋପାଲାୟା, ଏ.ଏଚ. ବିଶ୍ଵନାଥ ଏବଂ କେ. ସି. ନାରାୟଣ ଗୌଡ଼ା।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories