www.samajalive.in
Saturday, December 6, 2025
16.1 C
Bhubaneswar

ଜାଗା ସୀମା ନିର୍ଦ୍ଧାରଣକୁ କେନ୍ଦ୍ରକରି ଗଣ୍ଡଗୋଳ, ୨ ଆହତ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ତଳଗଡ଼ରେ ଏକ ଜାଗା ସୀମା ନିର୍ଧାରଣକୁ କେନ୍ଦ୍ରକରି ଦୁଇ ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ଫଳରେ ଦୁଇଜଣ ଆହତ ହୋଇଛନ୍ତି । ଉଭୟ ପକ୍ଷରୁ ଦୁଇଟି ପୃଥକ ମାମଲା ଥାନାରେ ରୁଜୁ ହୋଇଛି । ପୁଲିସ ଦୁଇଟି ମୋକଦ୍ଦମା ରୁଜୁ କରି ସମ୍ପୃକ୍ତ ସ୍ଥାନରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଗୋଟିଏ ସେକ୍ସନ ଫୋର୍ସ ମୁତୟନ କରିଛି । ସମ୍ପୃକ୍ତ ଗ୍ରାମର ବାଙ୍କ ବିଶ୍ୱାଳ ସବରସାହି ନିକଟରେ ତାଙ୍କର ଥିବା ଏକ ଜାଗା ଡିମାରକେସନ ପରେ ପଥର ପୋତିଥିଲେ । କିନ୍ତୁ ପବିତ୍ର ବେହେରା ଏବଂ ଡମ୍ବରୁଧର ବେହେରା ଉକ୍ତ ପଥରକୁ ବାହାର କରି ଫୋପାଡ଼ି ଦେବା ସହ ତାଙ୍କୁ ମାଡ ମାରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ପଵିତ୍ରଙ୍କ ସ୍ତ୍ରୀ ପ୍ରତିମା ବେହେରା ଅଭିଯୋଗ କରିଛନ୍ତି ଯେ ବାଙ୍କ ବିଶ୍ୱାଳ ତାଙ୍କ ଘର ନିକଟରେ ପୋତିଥିବା ପଥରକୁ ତାଙ୍କ ସ୍ୱାମୀ ଏବଂ ଦିଅର ଡମ୍ବରୁ ବାହାର କରିଦେବାରୁ ସେ ତାଙ୍କ ସ୍ୱାମୀ ଏବଂ ଦିଅରଙ୍କୁ ମାଡ଼ ମାରି ଆହତ କରିଥିଲେ । ଫଳରେ ବାଙ୍କ ଏବଂ ପବିତ୍ର ଆହତ ହୋଇଛନ୍ତି। ପୁଲିସ କିନ୍ତୁ ଆଉ ଅଧିକ ଗଣ୍ଡଗୋଳ ନହେବା ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସେଠାରେ ପୁଲିସଙ୍କୁ ମୁତୟନ କରାଯାଇଛି । ଗତ ଦୁଇମାସ ତଳେ ଏହି ଜାଗା ସୀମା ନିର୍ଧାରଣକୁ କେନ୍ଦ୍ରକରି ଥାନାରେ ମଧ୍ୟ କେସ୍‌ ହୋଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories