ମସ୍କୋ: ରୁଷରେ କରୋନାର କାୟା ପୁଣି ଦେଖାଯାଇଛି। ସରକାରୀ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ରୁଷରେ ୩୯,୧୬୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୮୭୩,୬୫୫କୁ ବୃଦ୍ଧି ପାଇଛି।
ଯୁକ୍ତରାଷ୍ଟ୍ରରେ ମୃତ୍ୟୁସଂଖ୍ୟା ଗୋଟିଏ ଦିନରେ ୧,୨୧୧ ରୁ ୨୪୯,୨୧୫ କୁ ବୃଦ୍ଧି ପାଇଥିବାବେଳେ ଆରୋଗ୍ୟ ସଂଖ୍ୟା ୩୨,୦୩୬ ବୃଦ୍ଧି ପାଇ ୭,୬୧୯,୫୯୬ ରେ ପହଞ୍ଚିଛି।
ଏହି ସମୟରେ ରୁଷର ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ମସ୍କୋ ୫,୨୮୭ କରୋନା ଜନିତ ମାମଲା ରେକର୍ଡ କରିଛି, ଯେଉଁଥିରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧,୮୭୧,୮୯୩ ରେ ପହଞ୍ଚିଛି। ସରକାରୀ ତଥ୍ୟ ଅନୁଯାୟୀ ଶୁକ୍ରବାର ସୁଦ୍ଧା ରୁଷର ପ୍ରାୟ ୬୦ ନିୟୁତ ଲୋକ କରୋନାର ଗୋଟିଏ ପାନ ଟିକା ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୫୭ ନିୟୁତ ୨ଟି ପାନ ଟିକା ଗ୍ରହଣ କରି ସାରିଛନ୍ତି।
ରୁଷରେ କରୋନାର ରେକର୍ଡ ; ଦିନକରେ ୩୯,୧୬୦ ନୂଆ ସଂକ୍ରମିତ ଚିହ୍ନଟ
Popular Categories



