www.samajalive.in
Saturday, December 6, 2025
15.1 C
Bhubaneswar

ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋୟୀ ହେବେ ରାଜ୍ୟ ସୂଚନା କମିଶନର

ଭୁବନେଶ୍ବର : ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋୟୀ ହେବେ ରାଜ୍ୟ ସୂଚନା କମିଶନର। ରାଜ୍ୟ ସରକାର ସୂଚନା କମିଶନର ପାଇଁ ତାଙ୍କ ନାଁ ସୁପାରିସ କରିଥିବା ସୂଚନା ମିଳିଛି। ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ଭାବେ ତାଙ୍କ ନିଯୁକ୍ତି ନେଇ ଘୋଷଣା କରାଯିବ।

ଜଣେ ବରିଷ୍ଠ ସାମ୍ବାଦିକ ଭାବେ ସେ ବେଶ ସୁନାମ ଅର୍ଜନ କରିଛନ୍ତି। ଇଂରାଜୀ ସମ୍ବାଦପତ୍ର ଫାଇନାନସିଆଲ ଏକ୍ସପ୍ରେସର ସ୍ବତନ୍ତ୍ର ସମ୍ବାଦଦାତା, ଏମବିସି ଟିଭିର ମୁଖ୍ୟ ସଂପାଦକ, ଦୈନିକ ସମୟର ସଂପାଦକ ଭାବେ ସେ କାର୍ଯ୍ୟ ନିର୍ବାହ କରିଛନ୍ତି। ବିଭିନ୍ନ ଟେଲିଭିଜନ ଚାନେଲରେ ଅନେକ ଗୁରୁତ୍ବପୁର୍ଣ୍ଣ ପ୍ରସଙ୍ଗ ବିତର୍କରେ ଭାଗନେଇ ସେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ଘରେ ଘରେ ପରିଚିତ। ଏବେ ମଧ୍ୟ ସେ ୱେବ ପୋର୍ଟାଲ ଭଳି ଡିଜିଟାଲ ମାଧ୍ୟମରେ ସକ୍ରିୟ ଅଛନ୍ତି। ଉତ୍କଳ ବିଶ୍ବ ବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଷୟରେ ପିଜି କରିବା ପରେ ରାଜ୍ୟର ବିଭିନ୍ନ ସାମ୍ବାଦିକତା ଅନୁଷ୍ଠାନ ଗୁଡିକରେ ଅଧ୍ୟାପନା ଜାରି ରଖିଛନ୍ତି। ଶ୍ରୀ ବିଶୋୟୀ ସୂଚନା କମିଶନର ହେବା ଖବର ରାଜ୍ୟ ସାମ୍ବାଦିକ ମହଲରେ ଆନନ୍ଦ ପ୍ରକାଶ ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories