www.samajalive.in
Saturday, December 6, 2025
26.1 C
Bhubaneswar

ମୃତ ସାମ୍ବାଦିକଙ୍କ ପରିବାରକୁ ୧୦ ହଜାର ଟଙ୍କା ସହାୟତା ଦେଲା ପ୍ରଶାସନ

ଫୁଲବାଣୀ: ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯୁବ କ୍ୟାମେରା ମ୍ୟାନ୍‍ ରାଜୁ ନାୟକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ଆଜି ୧୦ ହଜାର ଟଙ୍କା ପ୍ରଦାନ କରିଛି। ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ରେଡକ୍ରସ ଫଣ୍ଡରୁ ୧୦ ହଜାର ଟଙ୍କାର ଚେକ୍‍ ସ୍ୱର୍ଗତ ରାଜୁଙ୍କ ବାପା ବିଦେଶୀ ନାୟକଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ଆଇ.ଟି.ଡ଼ି.ଏର ପ୍ରକଳ୍ପ ପ୍ରଶାସନ ବିରେନ୍ଦ୍ର କୁମାର ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିଭଳି ଆଜି ଫୁଲବାଣୀ ସାମ୍ବାଦିକମାନଙ୍କ ପକ୍ଷରୁ ମଧ୍ୟ କିଛି ଆର୍ଥିକ ସହାୟତା ରାଶି ମୃତ ରାଜୁଙ୍କ ପିରବାରକୁ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ, ରାଜୁଙ୍କର ବୁଧବାର ବାଇକ୍‍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଉପ ଜିଲ୍ଲାପାଳ ସୁରେଶ ଚନ୍ଦ୍ର ପ୍ରଧାନ ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ପ୍ରଶାସନ ପକ୍ଷରୁ ୧୦ ହଜାର ଟଙ୍କାର ସହୟତା ଯୋଗାଇ ଦେବାକୁ ଘୋଷଣା କରିଥିଲେ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories