ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ସମ୍ପ୍ରସାରଣକୁ ଅନୁମୋଦନ ମିଳିଛି। ଏଥି ପାଇଁ ୧୪.୯୦୩ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୧୫ ଜୁଲାଇ ପହିଲାରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଦେଶବାସୀଙ୍କୁ ଡିଜିଟାଲ ମାଧ୍ୟମରେ ସେବା ଯୋଗାଇ ଦିଆଯାଉଛି।
ଡିଜିଟାଲ ଇଣ୍ଡିଆ ସମ୍ପ୍ରସାରଣ ଯୋଜନାରେ କମ୍ପ୍ୟୁଟର ସ୍କିଲ ପ୍ରାଇମ କାର୍ଯ୍ୟକ୍ରମ ଅଧୀନରେ ଦେଶର ୬.୨୫ଲକ୍ଷ ଆଇଟି ବୃତ୍ତିଧାରୀଙ୍କୁ ପୁନଃ ଦକ୍ଷ କରିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ। ଏହା ଛଡା ୨.୬୫ ଲକ୍ଷ ଲୋକଙ୍କୁ ସୂଚନା ନିରାପତ୍ତା ତାଲିମ, ଉମଙ୍ଗ ବ୍ୟବସ୍ଥାରେ ୫୪୯ ଅତରିିକ୍ତ ସେବା ଉପଲବ୍ଧ କରାଇବା, ଜାତୀୟ ସୁପର କମ୍ପ୍ୟୁଟର ମିଶନରେ ଆଉ ୯ଟି ସୁପର କମ୍ପ୍ୟୁଟର ସାମିଲ ଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି।



