ଡେସ୍କ: ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ପଞ୍ଜିକରଣ ଅବଧିକୁ ଚଳିତ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି। ସେହିଭଳି ସମିତିଗୁଡିକ ଦ୍ୱାରା ଫର୍ମ୍ ଡିଜିଟାଇଜେସନ ପ୍ରକ୍ରିୟା ନିମନ୍ତେ ଅବଧିକୁ ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସୂଚନା ଅନୁଯାୟୀ, ଏ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ସମବାୟ ସମିତି ରେଜିଷ୍ଟ୍ରାରଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅବଗତ କରାଯାଇଛି। ସେପ୍ଟେମ୍ବର ୩୦ ସୁଦ୍ଧା ଯୋଗ୍ୟ ପଂଜିକୃତ ଚାଷୀଙ୍କ ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Popular Categories



