www.samajalive.in
Saturday, December 13, 2025
15.1 C
Bhubaneswar

ଜାଣନ୍ତୁ, ମନୁଷ୍ୟ ଉପରେ ଦିଗର ପ୍ରଭାବ

ଦିଗର ସମ୍ବନ୍ଧ ସୂର୍ଯ୍ୟ ଓ ଆଲୋକ ଦ୍ୱାରା ହୋଇଥାଏ। ଭିନ୍ନ ଭିନ୍ନ ଦିଗରେ ଅଲଗା ପ୍ରକାର କିରଣ ଦ୍ୱାରା ଶକ୍ତି ଉତ୍ପନ୍ନ କରିଥାଏ। ଭିନ୍ନ ଦିଗ ବିଷୟରେ ନ ଜାଣି ଯଦି ତାହାର ସଂସ୍ପର୍ଶରେ ଆସିଥାନ୍ତି ତେବେ ଆମର କ୍ଷତି ହୋଇଥାଏ। ଦିଗ ବିଷୟରେ ଜାଣି କାମ କରିବା ଦ୍ୱାରା ଅନେକ ଲାଭ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଦିଗ କ’ଣ ଦର୍ଶାଇଥାଏ …ପୂର୍ବ ଦିଗର ମହତ୍ତ୍ୱ:
ପୂର୍ବ ଦିଗକୁ ସବୁଠାରୁ ପବିତ୍ର ଓ ଶକ୍ତିଶାଳୀ କୁହାଯାଇଥାଏ।
ଏହି ଦିଗକୁ ମୁହଁ କରି କାର୍ଯ୍ୟ କରିବା ଦ୍ୱାରା ସର୍ବଦା ଲାଭ ହୋଇଥାଏ।
ଏଠାରେ ସୂର୍ଯ୍ୟ ଓ ବୃହସ୍ପତିଙ୍କ ପ୍ରଭାବ ରହିଥାଏ।
ପୂର୍ବ ଦିଗରୁ ମାନ-ସମ୍ମାନ ଓ ଜ୍ଞାନ ପ୍ରାପ୍ତି ହୋଇଥାଏ।
ଏହି ଦିଗକୁ ମୁହଁ କରି ପୂଜା, ଧ୍ୟାନ ଓ ପାଠ ପଢିବା ଦ୍ୱାରା ଶୁଭ ହୋଇଥାଏ।
ପୂର୍ବ ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ମାନ-ସମ୍ମାନ ବଢିଥାଏ।ପଶ୍ଚିମ ଦିଗର ମହତ୍ତ୍ୱ:
ପଶ୍ଚିମ ଦିଗ ଅତ୍ୟନ୍ତ ଶକ୍ତିଶାଳୀ ଦିଗ ଅଟେ।
ଶନି ଏହି ଦିଗରେ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥାନ୍ତି।
ଏହି ଦିଗରେ ଯେକୌଣସି ସମ୍ପର୍କ, ପରିବାର ଓ ସୁଖ ପ୍ରଭାବିତ ହୋଇଥାନ୍ତି।
ପଶ୍ଚିମ ଦିଗକୁ ମୁହଁ କରି ଧ୍ୟାନ କିମ୍ବା ପ୍ରାର୍ଥନା କରିବା ଦ୍ୱାରା ଶୀଘ୍ର ପ୍ରଭାବ ପଡିଥାଏ।
ଏହି ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ଜୀବନରେ ସଂଘର୍ଷ କରିବାକୁ ପଡିଥାଏ।
ଏହି ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ। ଏବଂ ଆର୍ଥିକ ସ୍ଥିତି ମଧ୍ୟ ଖରାପ ହୋଇଥାଏ।ଉତ୍ତର ଦିଗର ମହତ୍ତ୍ୱ:
ଉତ୍ତର ଦିଗକୁ ଧନ ଓ ଆର୍ଥିକ ଲାଭର ଦିଗ କୁହାଯାଇଛି।
ଏହି ଦିଗରେ ମଙ୍ଗଳ ପ୍ରଭାବଶାଳୀ ଅଟନ୍ତି।
ଏହା ଶକ୍ତି ଓ ସାହସ ପ୍ରଦାନ କରିଥାଏ।
ଏହି ଦିଗକୁ ମୁହଁ କରି କାର୍ଯ୍ୟ କରିବା ଓ ବ୍ୟବସାୟ କରିବା ସର୍ବୋତ୍ତମ ଅଟେ।
ଧନ ପ୍ରାପ୍ତି ନିମନ୍ତେ ଏହି ଦିଗକୁ ମୁହଁ କରି ପୂଜା କରିବା ଉଚିତ।
ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ସଫଳତା ମିଳିଥାଏ।ଦକ୍ଷିଣ ଦିଗର ମହତ୍ତ୍ୱ:
ଦକ୍ଷିଣ ଦିଗକୁ ନକାରାତ୍ମକ ଓ ଖରାପ ଦିଗ ବୋଲି କୁହାଯାଇଛି।
କିନ୍ତୁ ଏହି ଦିଗ ଆୟୁ ଓ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ।
ଏହା ସହ ଦକ୍ଷିଣ ଦିଗ ଆକସ୍ମିତ ଲାଭ ଓ ଉନ୍ନତି କରିଥାଏ।ୟ
ଏହି ଦିଗକୁ ମୁହଁ କରି ଶନିବାର ଦିନ ଦୀପ ଜଳାଇବା ଦ୍ୱାରା ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ।
ଦକ୍ଷିଣ ଦିଗକୁ ମୁହଁ କରି କେବେ ଶୁଅନ୍ତୁ ନାହିଁ। ଏହା ଦ୍ୱାରା ଆୟୁ ଓ ସ୍ୱାସ୍ଥ୍ୟ ସମସ୍ୟାରେ ସଙ୍କଟ ସୃଷ୍ଟି ହୋଇଥାଏ।
ଏହି ଦିଗକୁ ମୁହଁ କରି ଭୋଜନା କରିବା ଦ୍ୱାରା ପେଟ ସମସ୍ୟା ଦେଖା ଦେଇଥାଏ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories