www.samajalive.in
Thursday, December 11, 2025
27.1 C
Bhubaneswar

ଆଜି ଆଗତ ହେବ ବିଧାନ ପରିଷଦ ସଂକଳ୍ପ

ଭୁବନେଶ୍ୱର : ରାଜ୍ୟ ବିଧାନସଭାରେ ଗୁରୁବାର ବିଧାନ ପରିଷଦ ସଂକଳ୍ପ ଆଗତ ହେବ । ବିଧାନ ପରିଷଦ ପ୍ରତିଷ୍ଠା ପାଇଁ  ରାଜ୍ୟ ସରକାର ଗଠନ କରିଥିବା ସ୍ୱତନ୍ତ୍ର କମିଟି ଚାରୋଟି ରାଜ୍ୟ ଗସ୍ତ କରି  ସରକାରଙ୍କୁ ଦେଇଥିବା ରିପୋର୍ଟ ମଧ୍ୟ ଆଜି ଗୃହରେ ଉପସ୍ଥାପନା କରାଯିବ।

୨୦୧୫ ମସିହା ଜାନୁଆରୀରେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର କମିଟି ଗଠନ କରିଥିଲେ। ଏହି କମିଟି ଚାରୋଟି ରାଜ୍ୟ ଗସ୍ତ କରିଥିଲା । ଗସ୍ତ ପରେ ବିଭିନ୍ନ ରାଜ୍ୟମାନଙ୍କରେ ବିଧାନ ପରିଷଦ ସମ୍ବନ୍ଧରେ ଏକ ସଂକଳ୍ପ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ । ଯାହାକି କ୍ୟାବିନେଟର ଅନୁମୋଦନ ଲାଭ କରିଥିଲା।

- Advertisement -

ଆଜି ସରକାରଙ୍କ ପକ୍ଷରୁ ଏହି ସଂକଳ୍ପ ଆଗତ ହେବ। ତେବେ ତେଲଙ୍ଗାନାରେ ଗଠିତ ହୋଇଥିବା ବିଧାନ ପରିଷଦ ଢ଼ାଞ୍ଚାରେ ଓଡିଶାରେ ବିଧାନ ପରିଷଦ ଗଠନ କରାଯିବା ନେଇ ସ୍ଥିର ହୋଇଛି।

ଅନ୍ୟ ପକ୍ଷରେ ତୈଳ ଦର ବୃଦ୍ଧି ଓ ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ  ବୁଧବାର ଗୃହରେ ହଟ୍ଟଗୋଳ ଲାଗି ରହିଥିଲା ।  ଆଜି ମଧ୍ୟ ଏହି ଦୁଇ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଗୃହରେ ଆଲୋଚନା ପାଇଁ ଦାବି କରିବାର ସମ୍ଭାବନା ରହିଛି ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories