www.samajalive.in
Monday, December 8, 2025
14.1 C
Bhubaneswar

କେରଳରେ ୧୨ ବର୍ଷ ପରେ ପୁଣି ଥରେ ଫୁଟିଛି ଏହି ଫୁଲ : ମନକୁ ମୋହିଥାଏ ଏହାର ସୌନ୍ଦର୍ଯ୍ୟ

ନୂଆଦିଲ୍ଲୀ : ଭାରତରେ ଏପରି ଅନେକ ସ୍ଥାନ ରହିଛି, ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ଉତ୍ତର ଠାରୁ ଦକ୍ଷିଣ ଯାଏଁ ଭାରତ ନିଜ ପ୍ରାକୃତିକ ସୁନ୍ଦରତା ପାଇଁ ସାରା ବିଶ୍ୱରେ ବେଶ ପ୍ରସିଦ୍ଧ । ଯାହାର ଖ୍ୟାତି ଦୂର ଦୂର ଯାଏଁ ରହିଛି । ଦେଶରେ ଏପରି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି, ଯାହାର ମନୋହର ଦୃଶ୍ୟ ଲୋକଙ୍କୁ ମନକୁ ମୋହି ନେଇଥାଏ । ଏପରି ହିଁ କିଛି ସ୍ଥାନ ଦକ୍ଷିଣ ଭାରତର କେରଳ ରାଜ୍ୟର ଜଙ୍ଗଲରେ ଉଚ୍ଚ ପାହାଡରେ ଫୁଟୁଥିବା ନୀଳକୁରିଂଜୀ ଫୁଲର ମଧ୍ୟ ଇତିହାସ ରହିଛି ।
ଦୁନିଆର ବିଭିନ୍ନ ଅସାଧାରଣ ଫୁଲ ଭିତରୁ ଏହି ନୀଳକୁରିଂଜୀ ଫୁଲ ଗୋଟିଏ । ୧୨ ବର୍ଷରେ ଥରେ ଏହି ଫୁଲ ଫୁଟିଥାଏ । ଏହି ଫୁଲର ସୌନ୍ଦର୍ଯ୍ୟ ଦେଖିବାକୁ ପର୍ଯ୍ୟଟକଙ୍କୁ ୧୨ ବର୍ଷ ଅପେକ୍ଷା କରିବାକୁ ପଡିଥାଏ ।
କେରଳର ଇଡୁକି ଜିଲାର ସନ୍ଥନପାରା ପଞ୍ଚାୟତ ଅନ୍ତର୍ଗତ ଶାଲୋମ ପାହାଡରେ ପୁଣି ଥରେ ଏହି ଫୁଲ ଫୁଟିଛି । ଏହି ନୀଳକୁରିଂଜୀ ଫୁଲ ଦକ୍ଷିଣଭାରତ କେରଳ, କର୍ଣ୍ଣାଟକ ଓ ତାମିଲନାଡୁ ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ ।
ରିପୋର୍ଟ ଅନୁଯାୟୀ, ଏହା ଏପରି ଏକ ଫୁଲ ଯାହା ଥରେ ମଉଳି ଗଲେ ୧୨ ବର୍ଷ ପରେ ଫୁଟିଥାଏ । ବିଶେଷ କରି ଏହି ଫୁଲ ଅଗଷ୍ଟ ମାସରେ ଫୁଟି ଅକ୍ଟୋବର ଯାଏଁ ରହିଥାଏ ।
ଏହି ଫୁଲକୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରରୁ ପର୍ଯ୍ୟଟକ ଆସିଥାଆନ୍ତି । ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାଆନ୍ତି । ଏହା ବ୍ୟବସାୟକୁ ମଧ୍ୟ ବୃଦ୍ଧି କରିଥାଏ । ଚଳିତ ବର୍ଷ କରୋନା ମହାମାରୀ ପାଇଁ ପରିସ୍ଥିତି ଉପରେ ଦୃଷ୍ଟି ରଖି ପର୍ଯ୍ୟଟକଙ୍କୁ ଅନୁମତି ମିଳିବ ।
ବିଶ୍ୱର ଏହି ଦୁର୍ଲଭ ଫୁଲ ନୀଳକୁରିଂଜୀ, ଯେଉଁ ବର୍ଷ ଏହି ଫୁଟ ଫୁଟେ, ସେହି ବର୍ଷଟିକୁ ବହୁତ ଭାଗ୍ୟଶାଳୀ ବୋଲି କୁହାଯାଏ। ଏହି ଫୁଲଟି ହେଉଛି ଷ୍ଟ୍ରୋବିଲାନ୍ଥସ ପ୍ରଜାତିର ଏକ ଫୁଲ ଅଟେ। ଷ୍ଟ୍ରୋବିଲାନ୍ଥସର ୩୫୦ଟି ପ୍ରଜାତି ରହିଛି। ଯେଉଁଥିରୁ ୬୦ଟି ପ୍ରଜାତି ଭାରତର ଉପଦ୍ୱୀପ ଗୁଡ଼ିକରେ ଦେଖାଯାଏ। ଏହି ଫୁଲ ଗୁଡ଼ିକ ୧୦, ୧୨ ଏବଂ ୧୬ ବର୍ଷ ମଧ୍ୟରେ ଥରେ ଫୁଟି ଥାଏ। ତେବେ ଏହା ଅଧିକ ସମୟ ଧରି ଅପେକ୍ଷା କରିବା ପରେ ଏହି ସହରର ସମସ୍ତ ଅଞ୍ଚଳରେ ଏକ ନୀଳ ରଙ୍ଗର ଚାଦର ବିଛେଇବା ଭଳି ଦେଖାଯାଏ। ନୀଳକୁରିଂଜୀକୁ ଏଠାରେ ରହୁଥିବା ଆଦିବାସୀମାନେ ଏହାକୁ ପ୍ରେମର ପ୍ରତୀକ ବୋଲି ମାନିଥାଆନ୍ତି। ତେଣୁ ସେମାନେ ନିଜର ବିବାହ ସମୟରେ ଏହାର ହାର କରି ପିନ୍ଧିଥାଆନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories