www.samajalive.in
Monday, December 15, 2025
27.1 C
Bhubaneswar

ଡିଆଇଇଟି ଅଧ୍ୟାପିକାଙ୍କ ରାସରସିକପୁର ସ୍କୁଲ ପରିଦର୍ଶନ

ଆଠଗଡ :  ନରସିଂହପୁରସ୍ଥିତ ଡିଆଇଇଟିର ଅଧ୍ୟାପିକା ରାମେଶ୍ୱରୀ ନାୟକ, ରାସରସିକପୁର ଉନ୍ନୀତ ଉପ୍ରା ବିଦ୍ୟାଳୟ ପରିଦର୍ଶନ କରିବା ସହ ବିଦ୍ୟାଳୟର ଶୈକ୍ଷିକ ବାତାବରଣ ଓ ଶିକ୍ଷାଦାନ ଶୈଳୀ ବିଷୟରେ ସମୀକ୍ଷା କରିଥିଲେ । ସରକାରୀ ନିର୍ଦ୍ଦେଶାନାମା ଅନୁଯାୟୀ ପରିଦର୍ଶନରେ ଆସି ଶ୍ରୀମତୀ ନାୟକ ବିଦ୍ୟା ପ୍ରବେଶ, ମୌଳିକ ସାକ୍ଷରତା, ସଂଖ୍ୟା ଜ୍ଞାନ, ଶିକ୍ଷଣ ସାମଗ୍ରୀ ଏବଂ ଶ୍ରେଣୀ କକ୍ଷ ପରିଚାଳନା ବିଷୟରେ ପ୍ରଧାନଶକ୍ଷକ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ । ସେ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ କାର୍ଯ୍ୟ ଚାଲୁଥିବା ସମୟରେ ଓ ଶିକ୍ଷାଦାନ ସମାପ୍ତ ପରେ କିପରି ବିଦ୍ୟାର୍ଥୀଙ୍କର ଆକଳନ କରାଯିବ ତାହା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ତାଙ୍କର ଏହି ପରିଦର୍ଶନ ସମୟରେ ସିଆରସିସି ମୁରଲୀଧର ସାହୁ ଉପସ୍ଥିତ ରହି ଏହାଦ୍ୱାରା ଶିକ୍ଷାର୍ଥୀମାନଙ୍କର ମୂଳଦୁଆ ସୁଦୃଢ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଧାନଶିକ୍ଷକ ଦେବରାଜ ନାୟକ ସରକାରଙ୍କର ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଅନୁସରଣ କରିବା ନେଇ ମତ ପ୍ରକାଶ କରିଥିଲେ । ଶିକ୍ଷକ ଶଶଧର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories