www.samajalive.in
Saturday, December 6, 2025
14.1 C
Bhubaneswar

୫ ବର୍ଷ ହେବ ସାର୍ଟିଫିକେଟ ମିଳୁନି, ଭତ୍ତାରୁ ବଂଚିତ ୧୭ ବର୍ଷୀୟ ଦିବ୍ୟାଙ୍ଗ

ନବରଙ୍ଗପୁର : ନିଜର ୧୭ ବର୍ଷର ମୁକ ବଧିର ପୁଅ ର ଭତ୍ତା ଓ ସାର୍ଟିଫିକେଟ ପାଇଁ ୫ ବର୍ଷ ହେବ ପଂଚାୟତ, ବ୍ଲକ ଏବଂ ମେଡିକାଲ କାର୍ୟ୍ୟାଳୟକୁ ଦୌଡ଼ି ଦୌଡି ନୟାନ୍ତ ହେଲେଣି। ହେଲେ ଆଜି ଯାଏଁ ମିଳୁନି ସାର୍ଟିଫିକେଟ। ଭତ୍ତା ମିଳିବା ଆଶାରେ ପଡ଼ିରହିଛି ବିକଳାଙ୍ଗ ଜଣକ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ପଂଚାୟତ ର ଖଟିଆ ଗୁଡା ଗ୍ରାମର ବୈଦନାଥ ଗୌଡ଼ଙ୍କ ପରିବାରରେ ସ୍ତ୍ରୀ ଓ ୨ ଟି ପୁଅ ଏବଂ ୨ଟି ଝିଅ ଥିବାବେଳେ ବଡ଼ ପୁଅ ବଳରାମ ଗୌଡ଼ର ବର୍ତମାନ ବୟସ ୧୭ ବର୍ଷ ହୋଇଥିବା ବେଳେ ବଳରାମ ଜନ୍ମରୁ କଥା କହିପାରୁନାହିଁ ଏବଂ ଶୁଣି ପାରୁନାହିଁ। ଜନ୍ମରୁ ହିଁ ସେ ମୁକ ବଧିର ହୋଇଥିବା ଯୋଗୁଁ ବୈଦନାଥ ପୁଅକୁ ଧରି ନବରଙ୍ଗପୁର, କୋରାପୁଟ ଏବଂ ଜଗଦଳପୁର ମେଡିକାଲ ଆଦି ବୁଲି ପୁଅର ଚିକିତ୍ସା କରେଇ ପୁଅର କୌଣସି ପରିବର୍ତ୍ତନ ହୋଇ ନଥିଲା ପୁଅର ଅଧିକା ଚିକିତ୍ସା ଦରକାର ପଡୁଥିବା ଜାଣିବା ପରେ ଅର୍ଥ ଅଭାବ ରୁ ଚିକିତ୍ସା କରାଇନପାରି ଶେଷରେ ଭଗବାନ କୁ ଆଦରି ଘରେ ନେଇ ଆସିଥିଲା। ୫ ପ୍ରାଣୀ କୁଟୁମ୍ବକୁ ଜଣେ ମାତ୍ର ରୋଜଗାର କ୍ଷମ ହୋଇଥିବା ବେଳେ ବୈଦନାଥକୁ ଘର ଚଳେଇବା କଷ୍ଟକର ହୋଇ ପଡିଛି । ଦିବ୍ୟାଙ୍ଗ ପୁଅକୁ ଭତ୍ତା ପାଇଁ ବ୍ଲକ କାର୍ଯ୍ୟାଳୟକୁ ଯାଇ କହିବାରୁ ବିକଳାଙ୍ଗ ସାର୍ଟିଫିକେଟ କରିବା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ଯାଇ ଆବେଦନ କରିବା ପାଇଁ କହିଥିଲେ। ସେଠାରେ ଆବେଦନ କରି ପ୍ରାୟ ୫ବର୍ଷ ହୋଇଯିବା ପରେ ବି ସାର୍ଟିଫିକେଟ ମିଳୁନି ବୋଲି ବୈଦନାଥ ଅଭିଯୋଗ କରିବା ସହ ପଂଚାୟତ, ବ୍ଲକ ଏବଂ ମେଡିକାଲକୁ ଦୌଡି ଦୌଡି ନୟାନ୍ତ ହୋଇ ପଡ଼ିଥିବା ବୈଦନାଥ ଆଉ ଆଶା ଛାଡିଦେଇଥିବା କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories