www.samajalive.in
Friday, December 5, 2025
20.1 C
Bhubaneswar

ପେନସନ ପାଇଁ ଧାଇଁ ଧାଇଁ ନୟାନ୍ତ ହେଲେଣି ଅବସର ପ୍ରାପ୍ତ କର୍ମଚାରୀ

ଫୁଲବାଣୀ/ବାଲିଗୁଡା : ଗତ ୨୦୧୯ ମସିହାରୁ ଚାକିରିରୁ ଅବସର ଗ୍ରହଣ କରିଥିଲେ ମଧ୍ୟ ଜଣେ  ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ନିଜର ହକ୍ ପାଇଁ ଧାଇଁ ଧାଇଁ ନୟାନ୍ତ ହେବା ଘଟଣା ବିଭାଗୀୟ ଅଧିକାରୀ ମାନଙ୍କର ପାରିବା ପଣିଆକୁ ପଦାରେ ପକାଇଛି। ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ସୁରେନ୍ଦ୍ର ନାଥ ସାହୁ ନିଜ ପେନସନ ପାଇଁ ଧାଇଁ ଧାଇଁ ନୟାନ୍ତ ହୋଇପଡ଼ିଥିଲେ ମଧ୍ୟ ଚାକିରୀ ସରିବା ପରେ ଏବେ କିଏ ମଧ୍ୟ ତାଙ୍କର ଦୁଃଖ ବୁଝିନାହାନ୍ତି ବୋଲି ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅବସରପ୍ରାପ୍ତ ଆରଆଇ ସୁରେନ୍ଦ୍ର ନାଥ ସାହୁ ଗତ ତା୩୦/୧୧/୨୦୧୯ରିଖ ଦିନ ନିଜ ଚାକିରୀରୁ ରାଇକିଆ ତହସିଲରୁ ଅବସର ନେଲେ। ଦୀର୍ଘ ୧୧ ମାସ ବିତିଯାଇଥିଲେ ସୁଧା ତାଙ୍କର ଫାଇନାଲ ପେନସନ, ଜିପିଉଫ, ଗ୍ରାଚୁଇଟ, ଜିଆଇଏସ, ଆରଏସିପି ଓ ବକେୟା ଦରମା ହୋଇ ପାରୁନାହିଁ। ଶ୍ରୀ ସାହୁ ଏହି ବିଷୟରେ ଲିଖିତ ଭାବରେ ରାଇକିଆ ତହସିଲଦାରଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପେନସନ ପେପର ହେବାଟା ଦୂରର କଥା ତାଙ୍କର ବକେୟା ଦରମା ମଧ୍ୟ ମିଳିପାରୁନାହିଁ। ଏହାର କିଛି ମାସ ତଳେ ଜିଲ୍ଲାପାଳ ଓ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ପେନସନ ଏବଂ ଅନ୍ୟ ବାବଦରେ ଅଭିଯୋଗ ଓ ଗୁହାରୀ କରିଥିଲେ ସେ ଦିଗରେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନଥିବା ବେଳେ ଶ୍ରୀ ସାହୁ ଚିନ୍ତାରେ ପଡ଼ିଛନ୍ତି। ଜିଲାର ମୁଖ୍ୟଙ୍କ ଠାରୁ ଆରମ୍ଭ କରି ରାଜ୍ୟର ମୁଖ୍ୟ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ ମଧ୍ୟ ତାଙ୍କର କାଗଜପତ୍ର ହୋଇ ପାରିନଥିବ ଯୋଗୁଁ ବର୍ତ୍ତମାନ ପରିସ୍ଥିତିରେ ପରିବାର ଚଳାଇବା ମଧ୍ୟ କଷ୍ଟକର ହୋଇଗଲାଣି ବୋଲି ଶ୍ରୀ ସାହୁ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ଏପରିକି ନିଜର ହକ୍ ପାଇଁ ସେ ମାନବ ଅଧିକାର କମିଶନଙ୍କ ନିକଟରେ ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି ତଥାପି କିଛି ଫଳପ୍ରଦ ହୋଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ରାଇକିଆ ତହସିଲଦାର ଫାଇାନଲ ଜିପିଏଫ ଦରଖାସ୍ତକୁ ଏଜି ଅଫିସ ପଠାଇଥିଲେ ଓ ଏଜି ଅଫିସରୁ ଅବଜକେସନ କରି ରାଇକିଆ ତହସିଦାରଙ୍କ ପାଖକୁ ପଠାଇଛନ୍ତି। କିନ୍ତୁ ଏହା ଆସିବାର ଦୀର୍ଘ ତିନିମାସରୁ ଅଧିକ ହୋଇଥିଲେ ମଧ୍ୟ ଏଦିଗରେ କୌଣସି ପ୍ରକାର ପଦକ୍ଷେପ ଆଜି ପର୍ଯ୍ୟନ୍ତ ନିଆଯାଇ ନାହିଁ। ରାଇକିଆ ତହସିଲଦାର ସେବା ପୁସ୍ତିକା କୌଣସି ପ୍ରକାର ତଦାରଖ ପାଇଁ ବାଲିଗୁଡା ତହସିଲଦାରଙ୍କ ପାଖକୁ ମଧ୍ୟ ଗତ ୪ ମାସ ହେଲା ପଠାଇଛନ୍ତି ତେବେ କରୋନା ଆଳ ଦେଖାଇ ସେହି କାମ ମଧ୍ୟ  ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ। ବାରମ୍ବାର ହତାଶ୍ ହୋଇ ପଡ଼ିଥିବା ଅବସର ପ୍ରାପ୍ତ କର୍ମଚାରୀ ଜଣକ ବରିଷ୍ଠ ଅଧିକାରୀମାନେ ତାଙ୍କୁ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଏଭଳି ଭାବେ ହତାଶ୍ କରୁଛନ୍ତି ସେ ଜାଣିନାହାନ୍ତି ବୋଲି ମଧ୍ୟ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି। ଦୀର୍ଘ ୧୧ ମାସ ହେଲା ଅବସର ଗ୍ରହଣ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ମିଳିନଥିବା ଯୋର୍ଗୁ ବର୍ତ୍ତମାନ ପରିସ୍ଥିତିରେ ପରିବାର ଚଳାଇବା ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ିଲାଣି। ଘର ଚଳିବା କଷ୍ଟକର ହୋଇ ପଡ଼ିଥିବା ବେଳେ ଏହି ଚିନ୍ତାରେ ଅବସର ପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ପ୍ରକାର ରୋଗ ମଧ୍ୟ ବାହାରି ପଡ଼ିଥିବା ବେଳେ ଏଦିଗରେ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ସେ ନିଦେନ କରିଛନ୍ତି। ଏପରିନି ନିଜ ହକ୍ ନିଜେ ପାଇବାର ସମସ୍ତ ପ୍ରକାର ଯୋଗ୍ୟ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇନଥିବା ଯୋଗୁଁ ସେ ବାଧ୍ୟ ହୋଇ ଏନେଇ ଓଡିଶା ଉଚ୍ଚତମ ନ୍ୟାୟାଳୟର ମଧ୍ୟ ଦ୍ୱାରସ୍ଥ ହୋଇଥିବାର ସେ ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories