www.samajalive.in
Saturday, December 6, 2025
26.1 C
Bhubaneswar

ଦିବ୍ୟ କଳା ମେଳାରେ ବଢୁଛି ଜନ ସମାଗମ

ଡେସ୍କ: ଭୁବନେଶ୍ୱର କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଜୁଲାଇ ୫ତାରିଖରୁ ଚାଲିଥିବା ଦିବ୍ୟକଳା ମେଳା କାର୍ଯ୍ୟକ୍ରମରେ ଜନ ସମାଗମ ବୃଦ୍ଧି ପାଉଛି। ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ, ଭାରତ ସରକାର, ଜାତୀୟ ଭିନ୍ନକ୍ଷମ ଅର୍ଥ ଓ ବିକାଶ ନିଗମ ସହାୟତାରେ ଏବଂ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥା ମାଧ୍ୟମରେ ଏହାକୁ ଆୟୋଜନ କରାଯାଉଛି।

ମେଳାରେ ଦିବ୍ୟାଙ୍ଗମାନେ ନିଜ ପ୍ରସ୍ତୁତ ପୋଷାକ, ଖେଳନା, ଘରସଜ୍ଜା ଉପକରଣ, ଖାଦ୍ୟଦ୍ରବ୍ୟ, ଉପହାର, ଚିତ୍ରପଟ, ଖେଳନା ଆଦି ନାନାଦୀ ସାମଗ୍ରୀ ବିକ୍ରି କରୁଛନ୍ତି। ଯାହାକୁ କ୍ରୟ କରିବା ଲାଗି ଆଗ୍ରହୀ କ୍ରେତାମାନଙ୍କର ଅତ୍ୟନ୍ତ ଆଗ୍ରହ ଦେଖିବାକୁ ମିଳୁଛି। ଏହି ‘ଦିବ୍ୟକଳା ମେଳା’ରେ ନିଯୁକ୍ତି ମେଳାର ମଧ୍ୟ ଆୟୋଜନ କରାଯାଇଥିଲା ଯେଉଁଥିରେ ବିପୁଳ ସଂଖ୍ୟାରେ ଦିବ୍ୟାଙ୍ଗ ଆବେଦନକାରୀ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ। ଏହି ମେଳାରେ ସମୁଦାୟ ଏପର୍ଯ୍ୟନ୍ତ ୩୨୮ଟି ଆବେଦନପତ୍ରର ପଞ୍ଜୀକରଣ ହୋଇଛି। ଏଥିରେ ଆଶାୟୀ ଦିବ୍ୟାଙ୍ଗ ବ୍ୟକ୍ତିମାନେ ନିଯୁକ୍ତି ଲାଗି ନିଜର ପଞ୍ଜୀକରଣ କରି ୧୦ଗୋଟି ସମ୍ଭାବ୍ୟ ନିଯୁକ୍ତିଦାତା ସଂସ୍ଥାମାନଙ୍କ ସହିତ ଯୋଗସୂତ୍ରରେ ନିବନ୍ଧିତ ହୋଇପାରିଛନ୍ତି। ନିଯୁକ୍ତିଦାତା ସଂସ୍ଥାମାନେ ଡାଟା ଏଣ୍ଟ୍ରି ଅପରେଟର, କଲେକ୍ସନ ଏକଜିକ୍ୟୁଟିଭ, କଷ୍ଟମର କେୟାର ଏକଜିକ୍ୟୁଟିଭ, ମେସିନ ଅପରେଟର, ଟେଲିକଲର, ଡେଲିଭରି ଏକଜିକ୍ୟୁଟି ଆଦି ପଦବୀ ଲାଗି ପଞ୍ଜୀକରଣ କରିଥିଲେ।

- Advertisement -

ଏହି ଦିବ୍ୟକଳା ମେଳାରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଲାଗି ମୂଲ୍ୟାୟନ ଏବଂ ସାହାଯ୍ୟ ଉପକରଣ ବିତରଣ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ଯେଉଁଥିରେ ୩୦୩ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପଞ୍ଜିକରଣ ହୋଇଥିଲା। ସେଥିମଧ୍ୟରୁ ୯୦ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଆଲିମ୍‌କୋ ଏବଂ ୧୧ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଏସ୍‌.ଭି.ନିର୍‌ତାର କୃତିମ ଅଙ୍ଗ ପ୍ରତ୍ୟଙ୍ଗ ଏବଂ ସାହାଯ୍ୟ ଉପକରଣ ବିତରଣ କରିଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories