www.samajalive.in
Sunday, December 7, 2025
15.1 C
Bhubaneswar

ପିଏମ୍ ଗତିଶକ୍ତି ଅଧୀନରେ ୫ଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ହେଲା ମୂଲ୍ୟାଙ୍କନ

ଡେସ୍କ: ଶିଳ୍ପ ଓ ଅନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗର ଅତିରିକ୍ତ ସଚିବ ରାଜୀବ ସିଂହ ଠାକୁରଙ୍କ ଅଧ୍ୟକ୍ଷତାରେ ପିଏମ୍ ଗତିଶକ୍ତି ଅଧୀନରେ ନେଟୱର୍କ ପ୍ଲାନିଂ ଗ୍ରୁପର ୭୪ତମ ବୈଠକରେ ରେଳ ମନ୍ତ୍ରଣାଳୟ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ୫ଟି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ କରାଯାଇଥିଲା। ପିଏମ୍ ଗତିଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନରେ ଦର୍ଶାଯାଇଥିବା ସମନ୍ୱିତ ଯୋଜନାର ସିଦ୍ଧାନ୍ତ ସହ ସମନ୍ୱୟ ପାଇଁ ଏହି ପ୍ରକଳ୍ପ ଗୁଡ଼ିକର ମୂଲ୍ୟାଙ୍କନ କରାଯାଇଥିଲା।

ଓଡ଼ିଶାରେ ବଳରାମ – ତେନ୍ତୁଲୋଇ ନୂଆ ରେଳ ଲାଇନ (ଏମସିଆରଏଲ୍ ଫେଜ୍ ୨) ଅଧୀନରେ ନୂତନ ପ୍ରକଳ୍ପରେ ଅନୁଗୁଳ ଜିଲ୍ଲାରେ ୧୪୦୪ କୋଟି ଟଙ୍କା ବ୍ୟୟରେ ୪୯.୫୮ କିଲୋମିଟର ରେଳ ଲାଇନ ନିର୍ମାଣ କରାଯାଇ ୧୧ଟି କୋଇଲା ବ୍ଲକ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଥମ-ମାଇଲ ରେଳ ସଂଯୋଗ ପ୍ରଦାନ କରାଯିବ। ଶିଳ୍ପଗୁଡ଼ିକ ପାଇଁ ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିବା ଏବଂ ନିଯୁକ୍ତି ସୃଷ୍ଟି କରିବା ଏହାର ଲକ୍ଷ୍ୟ, ଯାହା ଆଞ୍ଚଳିକ ବିକାଶରେ ସହାୟକ ହେବ। ଏହି ପ୍ରକଳ୍ପ ଦ୍ୱାରା କୋଇଲା ପରିବହନ ଦକ୍ଷତା ଯଥେଷ୍ଟ ବୃଦ୍ଧି ପାଇବ ଏବଂ ଉଭୟ ସ୍ଥାନୀୟ ଅର୍ଥନୀତି ଏବଂ ଓଡ଼ିଶା ରାଜ୍ୟର ବ୍ୟାପକ ଶିଳ୍ପ କ୍ଷେତ୍ର ଉପକୃତ ହେବ।

- Advertisement -

ଓଡ଼ିଶାର ବୁଢ଼ାପଙ୍କ – ଲୁବୁରୀ ନୂଆ ରେଳ ଲାଇନ (ଏମସିଆରଏଲ୍ ବାହାର କରିଡର) ଅଧୀନରେ ୧୦୬ କିଲୋମିଟର ପରିବ୍ୟାପ୍ତ ଏହି ଗ୍ରୀନଫିଲ୍ଡ ରେଳ ଲାଇନ ୩୪୭୮ କୋଟି ଟଙ୍କା ବ୍ୟୟରେ ମହାନଦୀ ଅବବାହିକାରୁ ଦକ୍ଷ ଭାବେ କୋଇଲା ନିଷ୍କାସନରେ ସହାୟକ ହେବ। ପ୍ରସ୍ତାବିତ ଆଲାଇନମେଣ୍ଟ ଦ୍ୱାରା ତାଳଚେର କୋଇଲା କ୍ଷେତ୍ରରୁ କୋଇଲା ପରିବହନ ସୁବିଧା ହେବ, ୨୧ଟି କୋଇଲା ବ୍ଲକକୁ ପ୍ରଥମ – ମାଇଲ ରେଳ ସଂଯୋଗ ପ୍ରଦାନ କରାଯିବ, ରେଳ ଷ୍ଟେସନର ହାରାହାରି ଦୂରତା ୪୩ କିଲୋମିଟରରୁ ୪.୨ କିଲୋମିଟରକୁ ହ୍ରାସ ପାଇବ ଏବଂ ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧି ପାଇବ ତଥା ଲୁହା ଓ ଇସ୍ପାତ ଭଳି ପ୍ରମୁଖ ଶିଳ୍ପ ପାଇଁ ଖର୍ଚ୍ଚ ହ୍ରାସ ପାଇବ।

ସେହିପରି ଉତ୍ତରପ୍ରଦେଶରେ ଲକ୍ଷ୍ନୌ ମେଟ୍ରୋ ରେଳ ପ୍ରକଳ୍ପ ଆଇ – ବି ପୂର୍ବ- ପଶ୍ଚିମ କରିଡର (ଚାରବାଗରୁ ବସନ୍ତ କୁଞ୍ଜ), ଗୁଜରାଟରେ ଜାତୀୟ ରାଜପଥ-୪୭ର ଏଲିଭେଟେଡ୍ କରିଡର (ନାରୋଲ ଜଙ୍କସନରୁ ସର୍ଖେଜ ଜଙ୍କସନ୍‌) ସମେତ ବର୍ତ୍ତମାନର ୬ ଲେନ୍ ବିଶିଷ୍ଟ ସଡ଼କର ଉନ୍ନତିକରଣ, ମହାରାଷ୍ଟ୍ରର ଚୋକକରୁ ସାଙ୍ଗଲି (ଅଙ୍କଲି) ପର୍ଯ୍ୟନ୍ତ ଜାତୀୟ ରାଜପଥ- ୧୬୬ର ଭାଗକୁ ୪-ଲେନ୍ ବିଶିଷ୍ଟ କରିବା ଆଦି ପ୍ରକଳ୍ପର ମୂଲ୍ୟାଙ୍କନ କରାଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories