www.samajalive.in
Monday, December 8, 2025
13.1 C
Bhubaneswar

ସିପିଆଇ ନେତା ଦିବାକର ନାୟକଙ୍କ ପରଲୋକ

ଭୁବନେଶ୍ବର : ସିପିଆଇର ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକଙ୍କର ୭୨ ବର୍ଷରେ ପରଲୋକ ହୋଇଯାଇଛି। ସିପିଆଇ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନ ଠାରେ ଶନିବାର ରାତିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ସେ ବୃକକ୍ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି। ଦିବାକର କମ୍ୟୁନିଷ୍ଟ ଆନ୍ଦୋଳନର ଅଗ୍ରଣୀ ନେତା ଥିଲେ। ଆଜୀବନ ସଂଗ୍ରାମୀ କମ୍ରେଡ ନାୟକ ସମାଜ ପରିବର୍ତ୍ତନ ପାଇଁ କମ୍ୟୁନିଷ୍ଟ ମୂଲ୍ୟବୋଧ, ତ୍ୟାଗ, ସଂଘର୍ଷ ଏବଂ ଉତ୍ସର୍ଗୀକୃତ ସରଳ ଜୀବନଶୈଳୀର ଉଦାହରଣ ସୃଷ୍ଟି କରିଛନ୍ତି। ସେ ଏକାଧାରାରେ ମାର୍କ୍ସବାଦୀ ଦର୍ଶନରେ ପରିପକ୍ୱତା ହାସଲ ସହିତ ଜଣେ ବାଗ୍ମୀ, ମାର୍କ୍ସବାଦୀ ସାହିତ୍ୟ ଲେଖକ, ସୁସଂଗଠକ ଏବଂ ବହୁଜନ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ଦିବାକର କମ୍ୟୁନିଷ୍ଟ ଆନ୍ଦୋଳନର ଜଣେ ମହାନ ସଂଗ୍ରାମୀ ନେତା ଥିଲେ ବୋଲି ସିପିଆଇ(ଏମ୍) ଅଭିହିତ କରିଛି। ସାମ୍ପ୍ରତିକ କଠିନ ରାଜନୈତିକ ପରିସ୍ଥିତିରେ ତାଙ୍କର ମୃତ୍ୟୁ ବାମ ଏବଂ ଗଣତାନ୍ତ୍ରିକ ଆନ୍ଦୋଳନ ପାଇଁ ଅପୂରଣୀୟ କ୍ଷତି ବୋଲି ସିପିଆଇ(ଏମ୍) ଓଡ଼ିଶା ରାଜ୍ୟ କମିଟି ତରଫରୁ କୁହାଯାଇଛି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସିପିଆଇ(ଏମ୍)ର ବରିଷ୍ଠ ନେତା ଜନାର୍ଦନ ପତି, ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସନ୍ତୋଷ ଦାସ, ଦୁଷ୍ମନ୍ତ କୁମାର ଦାସ, ଜମେଶ୍ବର ସାମନ୍ତରାୟ ଏବଂ ବଦ୍ରି ନାରାୟଣ ଦାଶ ପ୍ରମୁଖ ରାଜ୍ୟ ନେତୃବୃନ୍ଦ ସିପିଆଇ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଅନ୍ତିମ ଦର୍ଶନ କରି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଥିବାବେଳେ ଦଳ ପକ୍ଷରୁ ଦେବୀ ପ୍ରସାଦ ମିଶ୍ର ଭଗବତୀ ଭବନ ଯାଇ ଦିବାକରଙ୍କ ଅନ୍ତିମ ଦର୍ଶନ କରିଥିଲେ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories