www.samajalive.in
Saturday, December 6, 2025
17.1 C
Bhubaneswar

ଶେଷ ୨ଟି ଦିନିକିଆରୁ ଧୋନିଙ୍କୁ ବିଶ୍ରାମ

 

ରାଞ୍ଚି : ଅଷ୍ଟ୍ରେଲିଆ ବିପକ୍ଷ ଚଳିତ ଦିନିକିଆ ସିରିଜ୍‌ରେ ଶେଷ ୨ଟି ଦିନିିକିଆ ମ୍ୟାଚ୍ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଖେଳିବେନାହିଁ। ଭାରତୀୟ ଦଳର ସହକାରୀ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର ୩ୟ ଦିନିକିଆ ମ୍ୟାଚ୍ ଶେଷରେ ଏହି ସୂଚନା ଦେଇଛନ୍ତି। ଶୁକ୍ରବାର ତାଙ୍କ ଘରୋଇ ପଡ଼ିଆ ରାଞ୍ଚିରେ ଧୋନି ୩ୟ ଦିନିକିଆ ଖେଳି ୨୬ ରନ୍ କରିଥିଲେ। ବୋଧହୁଏ ରାଞ୍ଚିରେ ଏହା ଧୋନିଙ୍କର ଅନ୍ତିମ ଆନ୍ତର୍ଜାତିକ ମ୍ୟାଚ୍। କାରଣ ଅକ୍ଟୋବର ପର୍ଯ୍ୟନ୍ତ ଘରୋଇ ପଡ଼ିଆରେ ଭାରତର ମ୍ୟାଚ୍ ନାହିଁ। ତେବେ ଧୋନିଙ୍କ ବିଦାୟ ପାଇଁ ରାଞ୍ଚିରେ ଏକ ଆନ୍ତର୍ଜାତିକ ମ୍ୟାଚ୍‌ର ଆୟୋଜନ ପାଇଁ ଝାଡ଼ଖଣ୍ଡ କ୍ରିକେଟ ଆସୋସିଏସନ୍ ଚାହୁଁଛି । ତେବେ ପ୍ରଚାର ପ୍ରତି ସର୍ବଦା ବିମୁଖ ରହୁଥିବା ଧୋନି ଏଥିପାଇଁ ରାଜି ହେବେନାହିଁ ବୋଲି ଅନୁମାନ କରାଯାଉଛି। ଗତ ଅଷ୍ଟ୍ରେଲିଆ ଗସ୍ତରୁ ଧୋନି ଭାରତର ସମସ୍ତ ସୀମିତ ଓଭର ମ୍ୟାଚ୍ ଖେଳିଥିବାରୁ ଅନ୍ତିମ ୨ଟି ଦିନିକିଆ ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ସ୍ଥାନରେ ଋଷଭ ପନ୍ତ୍ ଏହି ୨ଟି ଦିିନିକିଆରେ ୱିକେଟ ରକ୍ଷଣ କରିବେ। ଏହାସହ ଦଳରେ ଆଉ କିଛି ପରିବର୍ତ୍ତନ ମଧ୍ୟ କରାଯିବ ବୋଲି ବାଙ୍ଗର ସୂଚନା ଦେଇଛନ୍ତି। ରବିବାର ମୋହାଲିରେ ଏବଂ ବୁଧବାର ନୂଆଦିଲ୍ଲୀରେ ଭାରତ-ଅଷ୍ଟ୍ରେଲିଆ ଅନ୍ତିମ ୨ଟି ଦିନିକିଆ ମ୍ୟାଚ୍ ଖେଳାଯିବ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories