www.samajalive.in
Saturday, December 6, 2025
17.1 C
Bhubaneswar

୨୦ ବର୍ଷ ପରେ ଫେରିଲେ ଧୋନୀ; ଖୁସିରେ ଆତ୍ମହରା ଗ୍ରାମବାସୀ

ନୈନିତାଲ: ଗାଁରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ଧୋନୀଙ୍କୁ ଗାଁରେ ଦେଖି ଲୋକେ ଖୁସିରେ ଆତ୍ମ ବିଭୋର। ଗୁଳି ପରି ଇଂରାଜୀ କହୁଥିବା ମାହି ନିଜ ମାତୃଭାଷା କୁମାଓନିରେ ଲୋକଙ୍କ ସହ କଥାବାର୍ତ୍ତା କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। ପ୍ରାୟ ଦୁଇ ଦଶନ୍ଧି ପରେ ମାହି ନିଜ ପୈତୃକ ଗାଁ ଲ୍ବାଲି ଯାଇଥିଲେ। ଆଖପାଖ ଗାଁ ଲୋକେ ମଧ୍ୟ ତାଙ୍କୁ ଦେଖିବାକୁ ସେଠାରେ ପହଞ୍ଚିଥିଲେ। ମାହି ଖୁବ୍‌ ସରଳତାର ସହ ଲୋକଙ୍କୁ ଭେଟିଥିଲେ ଏବଂ କେବଳ କୁମାଓନି ଭାଷାରେ ହିଁ ଗ୍ରାମବାସୀଙ୍କ ସହ କଥା ହୋଇଥିଲେ। ମାଆ, ମାଉସୀ ଏବଂ ଗୁରୁଜନମାନଙ୍କ ପାଦ ଛୁଇଁ ସମସ୍ତଙ୍କୁ ପାଇଲାଗ ବୋଲି କହି ଅଭିବାଦନ ଜଣାଇଲେ ଧୋନୀ। ‘ଆମା କୁଶଲ କସି ଛୁ, ସ୍ବାସ୍ଥ୍ୟ ଠିକ୍‌ ଛୁ..’ କହି ତାଙ୍କ ହାଲଚାଲ ବୁଝିଥିଲେ। ଧୋନୀ ପ୍ରାଞ୍ଜ୍ବଳ ଭାବେ କୁମାଓନି ଭାଷାରେ କଥାବାର୍ତ୍ତା ହେଉଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ମାହି ତାଙ୍କ ପତ୍ନୀ ସାକ୍ଷୀଙ୍କ ସହ ସମ୍ପର୍କୀୟ ଭାଇ ଚନ୍ଦନ ସିଂହ ଧୋନୀଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ ଭାଇଙ୍କ ପରିବାରର ଭଲମନ୍ଦ ପଚାରି ବୁଝିଥିଲେ। ଏହାପରେ ତାଙ୍କ ଘରେ ଚା’ ପିଇଥିଲେ ଏବଂ ତାଙ୍କ ପୁରୁଣା ସ୍ମୃତି ମନେ ପକାଇଥିଲେ।

- Advertisement -

ଧୋନୀ ତାଙ୍କ ସମ୍ପର୍କୀୟ ଭାଇ ହୟାତ୍ ସିଂହ ଧୋନୀଙ୍କ ସହ ଗାଁର ସାମାଜିକ ଅବସ୍ଥା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ହୟାତ୍ ସିଂହ ଧୋନୀ ତାଙ୍କୁ ଗାଁ ବିଷୟରେ କହିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ରୋଜଗାର ଅଭାବ ଏବଂ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା କାରଣରୁ ଲୋକମାନେ ଗାଁ ଛାଡ଼ି ପଳାଉଛନ୍ତି।

ଅପରପକ୍ଷେ, ପ୍ରଥମ ଥର ପାଇଁ ଶାଶୁଘରକୁ ଯାଇଥିବା ସାକ୍ଷୀ ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଅଭିଭୂତ ହୋଇଯାଇଥିଲେ। ଗ୍ରାମ ପ୍ରଧାନ ଦିନେଶ ଧୋନୀଙ୍କ କହିବାନୁସାରେ, ସାକ୍ଷୀ ମହିଳାମାନଙ୍କ ସହ ଗାଁର ବିଭିନ୍ନ ସ୍ଥାନ ଦେଖିବାକୁ ମଧ୍ୟ ଯାଇଥିଲେ। ବିବାହର ୧୨ ବର୍ଷ ପରେ ପ୍ରଥମ ଥର ପାଇଁ ତାଙ୍କ ଶାଶୁଘର ଲ୍ବାଲି ଯାଇଥିଲେ ସାକ୍ଷୀ।

ଗାଁ ପିଲାମାନେ ମାହିଙ୍କୁ ନିଜ ପାଖରେ ଦେଖି ବହୁତ ଖୁସି ହୋଇଥିଲେ। ସେମାନେ ଧୋନୀଙ୍କୁ କହିଥିଲେ ଯେ, ଆମେ ମଧ୍ୟ ତୁମ ପରି ଛକା ଓ ଚୌକା ମାରିବାକୁ ଚାହୁଁଛୁ। ପିଲାମାନଙ୍କଠାରୁ ଏହା ଶୁଣି ମାହି ହସିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories