www.samajalive.in
Sunday, December 7, 2025
14.1 C
Bhubaneswar

ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟ ନିଷ୍ପତ୍ତି – ଗର୍ଭଗୃହକୁ ମୋବାଇଲ ନେବା ଓ ଫଟୋ ଉଠାଇବା ମନା

ଆରଡି: ରାଜ୍ୟ ଦେବୋତ୍ତର ଅଧିନରେ ଥିବା ବାବା ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶୃଙ୍ଖଳିତ ପରିଚାଳନା ଓ ଆଗନ୍ତୁକ ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ନିର୍ଦ୍ଦେଶାବଳୀ ଜାରୀ କରାଯାଇଛି। ଆଜିଠାରୁ (ଗୁରୁବାର) ମନ୍ଦିର ବେଢାରେ ସର୍ବସାଧାରଣ ଭକ୍ତଙ୍କ ପାଇଁ ମୋବାଇଲ ବାରଣ କରାଯାଇଥିବା ବେଳେ ଗର୍ଭଗୃହକୁ ମୋବାଇଲ ନେବା ଓ ଶ୍ରୀଜିଉଙ୍କ ଫଟୋ ଉଠାଇବା ଉପରେ ରୋକ ଲଗାଇଛି ପ୍ରଶାସନ। ସେହିପରି ଆସନ୍ତା ନୂଆବର୍ଷରୁ ମନ୍ଦିର ପରିସର ଓ ଗର୍ଭଗୃହକୁ ପଲିଥିନ ନେବା ନିଷିଧ କରାଯାଛି। ଏଥିସହ ଗର୍ଭଗୃହର ସୁରକ୍ଷା ଦୃଷ୍ଟିରୁ ଦୀପଧୂପ ନେବା ବାରଣ କରାଯାଇଛି। ମନ୍ଦିର ପରିସରରେ ନିଶା ସେବନ କରିବା ଓ ନିଶାସକ୍ତ ଅବସ୍ଥାରେ ମନ୍ଦିର ଭିତରେ ଅବାଧ ପ୍ରବେଶ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ପ୍ରଶାସନ। ମନ୍ଦିର ପ୍ରାଙ୍ଗଣରେ ଶ୍ରାବଣୀ ମହାଦେବଙ୍କ ଉପରେ ଶ୍ରଦ୍ଧାଳୁଭକ୍ତ ଜଳାଭିଷେକ କଲେ ୨୦ଟଙ୍କା ମହାସୁଲ ଧାର୍ଯ୍ୟ କରାଯାଇଛି। ଏହି ଟ୍ରଷ୍ଟବୋର୍ଡ ବୈଠକରେ ପରିଚାଳନା ଟ୍ରଷ୍ଟି ତଥା ଭଦ୍ରକ ଉପଜିଲାପାଳ ମନୋଜ ପାତ୍ର, କନିକାରାଜାଙ୍କ ପ୍ରତିନିଧି ମାୟାଧର ବାରିକ, ସେବାୟତ ପ୍ରତିନିଧି ସନ୍ତୋଷ ପାଢୀ, ଜନ ପ୍ରତିନିଧି ସରୋଜ ଦାସ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟାଧର ପଲାଇ ଓ ପରିଚାଳକ ସୁଧାକର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories